କୋଲକାତାରେ ଥିବା ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ ଗୁଳିମାଡ଼

କୋଳକାତା: ଜଣକୁ ମାରି ନିଜେ ଆତ୍ମହତ୍ୟା କଲେ। କୋଳକାତାରେ ଥିବା ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗୁଳିମାଡ଼ ହୋଇଛି। କୋଲକାତା ପୁଲିସର ଜଣେ ସଶସ୍ତ୍ର କନଷ୍ଟେବଳ ଅନ୍ୟ ଜଣକୁ ମାରିବା ସହ ନିଜେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆଜି ଅପରାହ୍ନରେ ସମ୍ପୃକ୍ତ କନଷ୍ଟେବଳ ଏଭଳି କାଣ୍ଡ ଭିଆଇଛନ୍ତି। ମୃତ କନଷ୍ଟେବଳ ଜଣକ ହେଉଛନ୍ତି ତୁଡ଼ୁପ ଲେପଚା । ତୁଡ଼ୁପ ଉକ୍ତ କାର୍ଯ୍ୟାଳୟ ସମ୍ମୁରେ ଘଣ୍ଟାଏ ଆଗରୁ ଅସ୍ୱାଭାବିକ୍ ଅବସ୍ଥାରେ ବୁଲିଥିଲେ। ତେବେ ହଠାତବନ୍ଧୁକ ବାହାର କରି ଗୁଳି କରିବା ଆରମ୍ଭ କରିଥିଲା।
ପ୍ରଥମେ ସେ ଜଣେ ମହିଳାଙ୍କୁ ଗୁଳି କରିବା ସହ ନିଜକୁ ଗୁଳି କରିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ଏହି ଦୃଶ୍ୟ ଦେଖିଥିବା କହିଛନ୍ତି । ତୁଡ଼ୁକ ନିଜ ପାଖରେ ଥିବା ସେଲଫ୍‌ ଲୋଡିଂ ରାଇଫଲରୁ ଗୁଳି କରିଥିଲେ। କୋଲକାତାର ପଞ୍ଚମ ବାଟାଲିଅନର ଲେପଚା ବାଂଲାଦେଶ ହାଇ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ଛୁଟିରୁ ଆସିବା ପରେ ସେ ଆଜି ଡ୍ୟୁଟିରେ ଯୋଗ ଦେଇଥିଲେ।
ସେ ମାନସିକ ଚାପଗ୍ରସ୍ତ ଥିବା ପୁଲିସ କହିଛି । ପୁଲିସ କହିଛି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି। ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ତେବେ ଏହି ଗୁଳିକାଣ୍ଡ ସହ ପ୍ରଫେଟ ମହମ୍ମଦ ବିରୋଧୀ ମନ୍ତବ୍ୟକୁ ନେଇ ଚାଲିଥିବା ଆନ୍ଦୋଳନ ସହ କୌଣସି ସମ୍ପର୍କ ନଥିବା ପୁଲିସ କହିଛି।

nis-ad
Leave A Reply

Your email address will not be published.