ପୂର୍ବତନ ଜିିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା…


ନବରଙ୍ଗପୁର : ନବରଙ୍ଗପୁର ର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭୂଜଙ୍ଗ ଭୂଷଣ ରାଓ ଙ୍କ ବିୟୋଗରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସେ ୨୦୦୮ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରହିବା ସହ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ଵ ରେ ଥିଲେ। ଗତ କିଛି ମାସ ପୂର୍ବରୁ ରୁ ସେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ। ଗତ ମେ’ ମାସ ୨୩ ତାରିଖ ଦିନ ତାଙ୍କ ପରଲୋକ ହୋଇଯାଇଛି। ଏହି ଅବସରରେ କବି ବିଜୟ ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ସ୍ୱର୍ଗତ ରାଓ ନବରଙ୍ଗପୁର ରେ ଅବସ୍ଥାପିତ ଥିବା ସମୟରେ ଜିଲ୍ଲା ର ସାଂସ୍କୃତିକ ଗଣପର୍ବ “ମଣ୍ଡେଇ”, ନାଟକ ସପ୍ତାହ, ଜିଲ୍ଲା କବିତା ପାଠୋତ୍ସବ, ସାଧାରଣତନ୍ତ୍ର ଦିବସ ଓ ଗଣତନ୍ତ୍ର ଦିବସ ତଥା ମହାପୁରୁଷ ମାନଙ୍କ ପୂଣ୍ୟ ତିଥି ପାଳନ ସମୟରେ ନିଜ ଦକ୍ଷତା ପ୍ରତିପାଦିତ କରିବା ସହ ଜିଲ୍ଲା ବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରଖି ଥିଲେ। ସେ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରଖି ଜିଲ୍ଲା ର ଶିକ୍ଷା ଓ ସଂସ୍କୃତିକୁ ଆଗେଇ ନେଇଥିଲେ। ତାଙ୍କର ସରଳ, ଅମାୟିକ ଓ ମିଷ୍ଟଭାଷୀ ଗୁଣ ଯୋଗୁଁ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ଓଡିଆ ଭାଷାରେ ତାଙ୍କର ଦଖଲ ରହିଥିବା ସହିତ ଓ ଓଡ଼ିଆ ବକ୍ତବ୍ୟ ପ୍ରଦାନ କ୍ଷେତ୍ରରେ ତାଙ୍କ ସ୍ୱତନ୍ତ୍ରତା ରହିଥିଲା ‌। ଉପସ୍ଥିତ ସଜ୍ଜନ ମାନେ ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ ଓ ସ୍ମୃତି ଚାରଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ସମ୍ପର୍କ ଅଧିକାରୀ ହଳଧର ନିଆଲ, କବି ନାରାୟଣ ପଣ୍ଡା, କବି ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପ୍ରେମ ଚାନ୍ଦ ପଟ୍ଟନାୟକ, କବି ଅବନୀ ତ୍ରିପାଠୀ, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଅଧ୍ୟାପିକା ଡଃ ସଞ୍ଜୁକ୍ତା ପଣ୍ଡା, କବୟିତ୍ରୀ ପ୍ରଭାସିନୀ ମହାନ୍ତି, କବୟିତ୍ରୀ ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ଟେଲି ନିର୍ଦ୍ଧେଶକ ମନୋଜ ପଟ୍ଟନାୟକ, କବି ସିଦ୍ଧାର୍ଥ ଶଙ୍କର ବେହେରା, ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା, ଶିକ୍ଷକ ବସନ୍ତ ବେନ୍ୟା, କବି ପୂର୍ଣ୍ଣଚନ୍ଦ୍ର ବାଘ, ନୀଳକଣ୍ଠ ନାୟକ, ଏ. ସନ୍ତୋଷ ପ୍ରମୁଖ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.