ଜି.ଆଇ.ଇ.ଟି . ବିଶ୍ବ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ…

ମାଲକାନଗିରି : ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ.ଟି ବିଶ୍ବ ବିଦ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ସ୍ବାଗତ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥରେ ବିଶ୍ବବିଦ୍ୟାଳୟର ଏମ , ବି . ଏ ବିଭାଗର ପ୍ରଫେସର ସୁବ୍ରତ ମହାନ୍ତି , ଶ୍ରୀ ସୁଜିତ କୁମାର ପଣ୍ଡା , ଶ୍ରୀ ଅବିର ଭୂଷଣ ପଣ୍ଡା ଯୋଗ ଦେଇ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ଉଚ୍ଚମାନର ଶିକ୍ଷା ଦାନ , ପ୍ରଶିକ୍ଷଣ ଓ ଗ୍ରନ୍ଥାଗାର ର ସହ ଉଚ୍ଚମାନର ନିଯୁକ୍ତି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କୁ ଦେଉଥିବା କହିଛନ୍ତି । ସେହିଭଳି ଛାତ୍ରଛାତ୍ରୀ ମାନେ ବହୁଦେଶୀୟ କମ୍ପାନୀ ମାନଙ୍କରେ ନିଯୁକ୍ତି ପାଇ ରେକର୍ଡ ସୃଷ୍ଟି କରିବା ସହ ଅନୁଷ୍ଠାନର ଟେକ ରଖୁଥିବା ନିଜ ଭାଷଣ ରେ କହିଥିଲେ । ଅନୁଷ୍ଠାନର ପୁରାତନ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ବିଷୟ ରେ ଉପସ୍ଥିତ ଅନୁଷ୍ଠାନ ର ପ୍ରଫେସର ମାନଙ୍କ ସହ ଆଲୋଚନା କରିଥିଲେ । ଆଡ଼ମିଶନ ବିଭାଗର ଶ୍ରୀ ଗଣେଶ୍ୱର ଖୁଣ୍ଟିଆ ପ୍ରମୁଖ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ । ଏହି ଭଳି ସମ୍ମିଳନୀ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରିଥିବାରୁ ଅଭିଭାବକ ମାନେ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.