ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବୋରିସ ଜନସନ୍, ନିଜ ଦଳ କରୁଛି ଇସ୍ତଫା ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। କ୍ଷମତାରେ ଥିବା କନଜରବେଟିବ ପାର୍ଟିର ୪୦ରୁ ଅଧିକ ସାଂସଦ ନିଜ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଇସ୍ତଫା ଦାବି ଜୋର ଧରିବା ପରେ ଏବେ ଜନସନଙ୍କୁ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ‌ପଡ଼ିବ।
ସୂଚନା ମୁତାବକ, ବୋରିସ ଜନସନଙ୍କ ଉପରେ କ‌ରୋନା କଟକଣା ଭଙ୍ଗ କରିଥିବାର ଆରୋପ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ଲକଡାଉନ ମଧ୍ୟରେ ଜୁନ୍ ୧୯, ୨୦୨୦ରେ ବୋରିସ ଜନସନ ନିଜ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ଡାଉନିଙ୍ଗ ଷ୍ଟ୍ରିଟରେ ଜନସନଙ୍କ ପତ୍ନୀ କାରୀଙ୍କ ଦ୍ୱାରା ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ଲୋକ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ସେହି ସମୟରେ କରୋନା ଲକଡାଉନ ବଳବତ୍ତର ଥିଲା ଏବଂ କୌଣସି କାର୍ଯ୍ୟକ୍ରମରେ ଦୁଇରୁ ଅଧିକ ଲୋକଙ୍କୁ ଯିବା ପାଇଁ ଅନୁମତି ଦିଆଯାଇନଥିଲା। ଏହି ସମୟରେ ୩୦ଜଣଙ୍କୁ ନେଇ ପାର୍ଟି କରିଥିବାରୁ ତାଙ୍କର ଇସ୍ତଫା ଦାବି କରାଯାଇଛି। ଏହି ପୂରା ବିବାଦକୁ ‘ପାର୍ଟିଗେଟ୍ ସ୍କାମ’ ନାମରେ ନାମିତ କରାଯାଇଛି।
ତେବେ କରୋନା ପାଇଁ ଲାଗିଥିବା ଲକଡାଉନ ସମୟରେ, ଡାଉନିଙ୍ଗ ଷ୍ଟ୍ରିଟରେ ଥିବା କ୍ୟାବିନେଟ ରୁମରେ ଆୟୋଜିତ ପାର୍ଟି ପାଇଁ ବୋରିସ୍ ଜନସନ, ତାଙ୍କ ପତ୍ନୀଙ୍କ ସମେତ ଅନେକ ଲୋକଙ୍କୁ ଉପରେ ଜରିମାନା ଲାଗୁ କରାଯାଇଥିଲା। ଜରିମାନା ଦେବା ପରେ ବି ଏବେ ତାଙ୍କ ସମର୍ଥକମାନେ ହିଁ ବୋରିସ ଜନସନଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.