ନୂପୁର ଶର୍ମାଙ୍କ ଗିରଫ ଦାବି କଲେ ଓୱେସୀ

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଅସନ୍ତୋଷ ତେଜୁଛି। ନୂପୁରଙ୍କୁ ଗିରଫ କରିବା ପାଇଁ ସୋମବାର ଏଆଏମଆଇଏମ ମୁଖ୍ୟ ଅସାଦ୍ଦୁଦ୍ଦିନ ଓୱେସୀ ଦାବି କରିଛନ୍ତି। ସେହିପରି ନୂପୁରଙ୍କ ବୟାନକୁ ନେଇ ଗଲଫ୍‌ ଦେଶମାନଙ୍କରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଯାହାକୁ ନେଇ ଅକଳରେ ପଡ଼ିଛି ଭାରତ। ଅନ୍ତର୍ଜାତୀସ୍ତରରେ ଭାରତର ଛବି ଖରାପ ହୋଇଛି। ଭାରତର ବୈଦେଶିକ ନୀତି ନଷ୍ଠ ହୋଇଛି। କେବଳ ନିଲମ୍ବିତ ନୁହେଁ ନୂପୁରଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି। ସେହିପରି ଓୱେସୀ ଭାରତର ବୈଦେଶିକ ମନ୍ତ୍ରଣାଳୟ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରଣାଳୟ କଣ ବିଜେପିର ଅଂଶୀଦାର କି ?
ଗଲଫ୍‌ ଦେଶମାନଙ୍କରେ ରହୁଥିବା ଭାରତୀୟଙ୍କ ବିରୋଧରେ ଅପରାଧ ଘଟିଲେ ଆପଣ କଣ କାରିବେ ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି। ହାଇଦ୍ରାବାଦର ଏମପି ଓୱେସୀ କହିଛନ୍ତି ଯେ, ବିଜେପି ଜାଶିଶୁଣି ନୂପୂରୁଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ଟିଭି ଡିବେଟକୁ ପଠାଇଥିଲା। ଯେତେ ବେଳେ ଅନ୍ତର୍ଜାତୀୟସ୍ତରେ ଭାରତ ନିନ୍ଦିତ ହେଲା ଠିକ ସେତିକି ବେଳେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ପ୍ରଫେଟଙ୍କ ବିରୋଧରେ ଆଶୋଭନୀୟ ମନ୍ତବ୍ୟ ପାଇଁ ଭାରତ ଅନ୍ତର୍ଜାତୀୟସ୍ତରରେ ଅଡ଼ୁଆ ପରିସ୍ଥିତିରେ ସମ୍ମୁଖୀନ ହୋଇଛି। ଫଳରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କତାର ଗସ୍ତ ବାତିଲ ହୋଇଛି। ଦୁଇଟି ଗଲଫ ଦେଶ ଭାରତକୁ ସମନ କରିଛନ୍ତି।
ଏ ସମ୍ପର୍କରେ ମୁଁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲି। ହେଲେ ସେ ମୋ କଥାକୁ ଖାତିରି କରିନଥିଲେ। ଗଲଫ୍‌ ଦେଶରେ ଝଡ଼ ସୃଷ୍ଟି ହେଲା ପରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେ କହିଛନ୍ତି । ସୂଚନା ଅନୁଯାୟୀ ଏକ ଟିଭି ଡିବେଟରେ ନୂପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଗତ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ଼ ହୋଇ ଥିଲା । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି। ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳର ହାଇକକାଣ୍ଡ ନିଲମ୍ବିତ କରିଛନ୍ତି। ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିସ୍କାର କରାଯାଇଛି। ନବୀନ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି।

nis-ad
Leave A Reply

Your email address will not be published.