ବିଶ୍ୱ ପରିବେଶ ଦିବସ ରେ ସବୁଜ ବିପ୍ଳବ ପାଇଁ ଆହ୍ୱାନ


ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁକୂଲ୍ୟ ରେ ଗଡ଼ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତି ର ବୃକ୍ଷ ରୋପଣ କରି ଅସନ୍ତୁଳନ ପ୍ରାକୃତିକ ପରିବେଶ ର ସୁରକ୍ଷା ପାଇଁ ପିଲା ଟିଏ କୁ ଗଛ ଟିଏ ଲଗେଇ ସବୁଜ ବିପ୍ଳବ ସୃଷ୍ଟି କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।ଏନ ଏ ସି ଅଧ୍ୟକ୍ଷା ଦୀପାରାଣୀ ସାହୁ, ତହସିଲଦାର ବିଶ୍ୱ ରଞ୍ଜନ କହଁର ଯୋଗ ଦେଇ ସଂପ୍ରତି ବିଶ୍ଵ ବ୍ୟାପି ଜଳ ବାୟୁ ପରିବର୍ତ୍ତନ ର ବିକଳ୍ପ ପାଇଁ ସମସ୍ତେ ସଚେତନ ହେବା ପାଇଁ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା, ଏ ବି ଇ ଓ ସୀମାଞ୍ଚଳ ପଣ୍ଡା, ବି ଆର ସି ସି ପ୍ରଭାକର ସେଠି, ସାନିଟସନ ଏକ୍ସପୋର୍ଟ ବାଳକୃଷ୍ଣ ନାୟକ, କାଉନସିଲର ବିଶ୍ୱଜିତ ମହାପାତ୍ର, ସୁକାନ୍ତି ବେହେରା, ପ୍ରଧାନ ଶିକ୍ଷକ ସତ୍ୟବ୍ରତ ମିଶ୍ର, କନିଷ୍ଠ ଯନ୍ତ୍ରୀ ସାବିତ୍ରୀ ପାଢ଼ୀ, ଭାବାନି ଶଙ୍କର ବେହେରା, ସମାଜ ସେବୀ ରଘୁନନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସମସ୍ତ ଅତିଥି ଙ୍କ ଉପସ୍ଥିତ ରେ ବେଲ,ନିମ୍ବ, ସିତାଫଳ,ପିସ୍ତା ବାଦାମ, ପିଜୁଳି, ଜାମକୋଳି ଇତ୍ୟାଦି ପ୍ରଜାତି ର ଗଛ ଲଗେଇ ଜୈବିକ ସାର ମୋ ଖତ ପକା ଯାଇଥିଲା। ଛାତ୍ରୀ ମାନଙ୍କୁ ଏବଂ ପି ଏମ ଆବାସିକ ଯୋଜନା ରେ ଘର ପାଇଥିବା ଅଧିବାସୀ ଙ୍କୁ ପ୍ରତ୍ୟେକ ଗୋଟିଏ ଲେଖା ଗଛ ପ୍ରଦାନ କରି ରୋପଣ ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି।କାର୍ଯ୍ୟକ୍ରମ ରେ ସି ଆର ସି ସି ବଳରାମ ବେହେରା, ଅରୁଣ ପଣ୍ଡା, ଏନ ଏ ସି କର୍ମଚାରୀ ଲୋକନାଥ ସୁବୁଦ୍ଧି, ପପୁନ ଦାସ, ସୁମତି ସାମନ୍ତ, ସିଦ୍ଧାର୍ଥ ଶଙ୍କର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.