ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୪ ଗିରଫ

ଅନୁଗୋଳ: ଛେଣ୍ଡିପଦା ପୋଲିସକୁ ସଫଳତା । ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିବା ସହ ଟଙ୍କା ଓ ବାଇକ ଜବତ କଲା ପୋଲିସ । ନୂଆଁପଡା ଗାଁର ପେଟ୍ରୋଲ ଟାଙ୍କି ପଛ ପାଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଅନେକ ଦିନ ହେଲା ଜୁଆ ଆଡ୍ଡା ଚାଲିଥିବା ବେଳେ ଏନେଇ ଖବର ପାଇ ଶନବାର ରାତିରେ ଚଢାଉ କରିଥିଲା । ଏହି ସମୟରେ ୪ଜଣଙ୍କୁ ଗିରଫ କରିଥିବା ବେଳେ ୬ ରୁ ୭ ଜଣ ଜୁଆଡ଼ି ଖସି ପଳାଇବାକୁ ସକ୍ଷମ ହୋଇଥିଲେ ।

ଗିରଫ ଅଭିଯୁକ୍ତ ହେଉଛନ୍ତି ନୂଆପଡା ଗାଁର ଅନିଲ ମହାପାତ୍ର, ଛେଣ୍ଡିପଦା ବଜାରସାହିର ସୁବଳ ବେହେରା, କଇଥସାହିର ରତିକାନ୍ତ ମାଝୀ ଓ କେନ୍ଦ୍ରାପଡା ଜିଲ୍ଲା ଗୋଧନା ଗାଁର ଭାସ୍କର ରାଉତ । ଚଢ଼ାଉ ବେଳେ ଜୁଆଡ଼ି ମାନେ ଚମ୍ପଟ ମାରିବା ପରେ ପୋଲିସ ଘଟଣାସ୍ଥଳରୁ ୮ ଟି ବାଇକ, ତାସ୍‌, ୭ହଜାର ୫ଶହ ଟଙ୍କା ଓ ୩ଟି ମୋବାଇଲ ଜବତ କରିଛି ।

nis-ad
Leave A Reply

Your email address will not be published.