ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ (୫।୬) : ବିଶ୍ଵ ପରିବେଶ ଦିବସ ଅବସରରେ ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରବିବାର ପୂର୍ବାହ୍ନରେ ଵିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ, ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଯୋଗ ଦେଇଥିଲେ ।

ବିଶ୍ଵ ପରିବେଶ ଦିବସ ଅବସରରେ ନିଜର ପରିବେଶ ସରସ ସୁନ୍ଦର ଏବଂ ସ୍ବଛ ରଖିବା ଦିଗରେ ସମସ୍ତେ ସଚେତନତା ପୂର୍ବକ ଯତ୍ନ ବାନ ହେବା ସହ ପ୍ରତ୍ୟକ ପରିବାର ଘର ପାଖରେ ଗଛଟିଏ ଲଗାଇ ପରିବେଶ ସନ୍ତୁଳନ ସକାଶେ ଯତ୍ନବାନ ହେବାକୁ କହିଥିଲେ। ଏହି ଅବସରରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କୁ ପୌରପାଳିକା ପକ୍ଷରୁ ମୋ ଖତ ବ୍ୟଗ ସହ ଗଛ ଚାରା ବଣ୍ଟନ ବ୍ୟବସ୍ଥା କରାଯାଇଛି। ପିଲାଟିଏ ଗଛଟିଏ ନେଇ ଘର ପାଖରେ ଲଗାଇବା ସହ ଯତ୍ନ ନେବାକୁ ସଙ୍କଳ୍ପ ନେଇଥିଲେ। ଶେଷରେ ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡ ତରଫରୁ ସ୍କୁଲର ଛାତ୍ରୀମାନେ ଜଳଛତ୍ର (ପଣାବଣ୍ଟନ) ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ। ପିଲିଟିଏ ଗଛଟିଏ କାର୍ଯ୍ୟକ୍ରମ ରେ ଜଙ୍ଗଲ ସୁରକ୍ଷା ପାଇଁ ସଚେତନ କରିଥିଲେ। କାର୍ଯ୍ୟ କ୍ରମକ
ରେ ହିଞ୍ଜିକାଟୁ ପୌରପରିଷଦର କିରଣ ପଟ୍ଟନାୟକ, ନବନିର୍ବାଚିତ କାଉନସିଲର ଗଣ, ଶିକ୍ଷୟତ୍ରୀ ଭାରତୀ ଚୌଧୁରୀ,ରସ୍ମିତା ପାଢି, ଲାଲମୋହନ ସାହୁ ,ପ୍ରଜ୍ଞା ପଣିଗ୍ରାହୀ, ଉପେନ୍ଦ୍ର କୁମାର ସାବତ ,ଅଖିଳ ପଣ୍ଡା ଓ ମଧୁସୂଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.