ବିଜେପିରୁ ନିଲମ୍ବିତ ପରେ କ୍ଷମା ମାଗିଲେ ନୁପୁର ଶର୍ମା

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ପରେ କ୍ଷମା ମାଗିଲେ ନୁପୁର ଶର୍ମା। ଦଳୀୟ କାର୍ଯ୍ୟାନୁଷ୍ଠାନର ମାତ୍ର କେହି କ୍ଷଣ ମଧ୍ୟରେ ନୁପୁର ନିଜ ଭୁଲ ସ୍ୱୀକାର କରିଛନ୍ତି। ପ୍ରଫେଟ ମହମମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ସେ ଫେରାଇ ନେଉଥିବା କହିଛନ୍ତି। ଏନେଇ ନୁପୁର ତାଙ୍କ ଟ୍ୱିଟର ‌ଆକାଉଣ୍ଟରେ ଏକ ଲମ୍ବା ସ୍ପଷ୍ଟୀକରଣ ରଖିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଯଦି ମୋର ମନ୍ତବ୍ୟ କାହା ଧାର୍ମିକ ଭାବନାକୁ ଆଘାତ ଦେଇଛି ସେଥିରେ ମୁଁ ଦୁଖିତ। ମୁଁ ନମ୍ରତାର ସହ ମୋର ମନ୍ତବ୍ୟକୁ ଫେରାଇ ନେଉଛି। କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ସେ କହିଛନ୍ତି ଯେ, ମୁଁ ଗତ କିଛି ଦିନ ହେବ ଏକ ଟିଭି ଡିବେଟରେ ଭାଗ ନେଇ ଆସୁଥିଲି। ଯେଉଁଠି ଆମ ମହାଦେବଙ୍କୁ ଲଗାତାର ଅପମାନିତ ଏବଂ ଅସମ୍ମାନ କରାଯାଇ ଆସୁଥିଲା। ବିତର୍କରେ ଜ୍ଞାନବାପୀ ମସଦିରେ ଠାବ ହୋଇବା ଶିବ ଲିଙ୍ଗ ନୁହେଁ କହି ଥଟ୍ଟା ପରିହାସ କରାଯାଉ ଥିଲା। ବରଂ ଏହା ଏକ ଏକ ଫାଉଣ୍ଟେନ ବୋଲି କୁହାଯାଉଥିଲା। ମହାଦେବଙ୍କ ପ୍ରତି ଅପାମନକୁ ମୁଁ ସହ୍ୟ କରିପାରି ନଥିଲି । ତେଶୁ ଏହାର ପ୍ରତିକ୍ରିୟାରେ ମୁଁ ମଧ୍ୟ କିଛି କହିଥିଲି। ଯଦି ମୋର ମନ୍ତବ୍ୟ କାହାକୁ ଆଘାତ ପହଞ୍ଚାଇ ଥାଏ ତେବେ ମୁଁ କ୍ଷମା ମାଗୁଛି ବୋଲି ନୁପୁର ଟ୍ୱିଟ୍‌ କରି କହିଛନ୍ତି।
ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିଜେପି ନେତ୍ରୀ ନୁପୁର ଶର୍ମା ଆଜି ଦଳରୁ ନିଲମ୍ବିତ ହୋଇ ଥିଲେ । ଜାତୀୟ ମୁଖପାତ୍ର ନୁପୁର ଶର୍ମାଙ୍କୁ ଦଳର ହାଇକକାଣ୍ଡ ନିଲମ୍ବିତ କରିଛନ୍ତି। ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିସ୍କାର କରାଯାଇଛି। ନବୀନ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି। ନିଲମ୍ବିତ ନୁପୁର ଶର୍ମାଙ୍କ ଉଦ୍ଦେଶ୍ୟରେ ଦଳର କେନ୍ଦ୍ରୟୀୟ ଶୃଙ୍ଖଳା କମିଟି ପକ୍ଷରୁ ଏକ ଚିଠି ଲେଖାଯାଇଛି। ସେଥିରେ ଉଲ୍ଲେଖ ଅଛି ଯେ, ବିଭିନ୍ନ ପ୍ରସଙ୍ଗରେ ଦଳୀୟ ଆଭିମୁଖ୍ୟକୁ ବିରୋଧାଚରଣ କରୁଥିବା ଅନେକ ମନ୍ତବ୍ୟ ନୁପୁର ଶର୍ମା ଦେଇଛନ୍ତି। ଏହାର ତଦନ୍ତ ଜାରି ରହିଛି। ତେବେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସୂରୁପ ଆପଣଙ୍କୁ ଦଳରୁ ନିଲମ୍ବିତ କରାଯାଉଛି।
ସୂଚନା ଅନୁଯାୟୀ ଏକ ଟିଭି ଡିବେଟରେ ନୁପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେଙ୍ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ଼ ହୋଇ ଥିଲା । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଖଣ୍ଡପ୍ରଳୟ ଘଟି ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଜ୍ଞାନବାପୀ ମସଜଦିକୁ ନେଇ ନୁପୁର ଏକ ଟେଲିଭଜନ ଡିବେଟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ନୁପୁରଙ୍କ ବିରୋଧରେ ଅସନ୍ତୋଷ ତେଜିବା ସହ ହାଇଦ୍ରାବଦ, ପୁଣେ ଏବଂ ମୁମ୍ବାଇରେ ତାଙ୍କ ନାମରେ ମାମଲା ରୁଜୁ କରାଯାଥିଲା। ଗତ ଶୁକ୍ରବାର କାନପୁରର ପରେଡ୍‌ ଚୌକ ଅଞ୍ଚଳରେ ଘଟିଥିବା ଏହି ହିଂସା ଘଟଣାରେ ଅଦ୍ୟାବଧି ୨୯ ଜଣଙ୍କୁ କାନପୁର ପୁଲିସ ଗିରଫ କରିଛି।

nis-ad
Leave A Reply

Your email address will not be published.