ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଆଇନଜୀବୀ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ଓ ଚାରା ରୋପଣ କାର୍ଯ୍ୟକ୍ରମ…


ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଆଇନଜୀବୀ ସଂଘ, ପ୍ରୟାସ ଏବଂ ପ୍ରଜେକ୍ଟ ପଇଂଟ ସାମାଜିକ ଅନୁଷ୍ଠାନ ସହଯୋଗ ରେ ଜିଲ୍ଲା କୋର୍ଟ ପରିସରରେ ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଦାଲତ ପରିସରରେ ବଟ ବୃକ୍ଷ ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା । ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ଶ୍ରୀମତୀ ପ୍ରଣତି ସାହା, ଆଇନ ସେବା ପ୍ରାଧିକରଣ ସମ୍ପାଦିକା ତଥା ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ଏସ୍. ଡି. ଜେ. ଏମ୍. ପ୍ରିୟରଞ୍ଜନ ଓଝା, ଜିଲ୍ଲାପାଳ ଡଃ କୋମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ୍. ଶୁଶ୍ରୀ, ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଜିଲ୍ଲା କର୍ମନିୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର, ଓରମାସ ର ଉପ-ମୁଖ୍ୟ ନିର୍ବାହୀ ଅଧିକାରୀ ଅଳକା ଉମା ମହେଶ, ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଜେକ୍ଟ ପଇଂଟ ର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗଦେଇଥିଲେ। ପରିବେଶ ସ୍ୱଚ୍ଛ ସୁନ୍ଦର ଓ ସବୁଜ ରହିଲେ ଆମେ ସୁରକ୍ଷିତ ରହିବା, ଏକ ସୁସ୍ଥ ସମାଜ ପାଇଁ ସୁନ୍ଦର ଓ ସୁରକ୍ଷିତ ପରିବେଶର ଆବଶ୍ୟକତା ରହିଛି। ଏଥିପ୍ରତି ଆମେ ଯତ୍ନବାନ ହେବା ସହ ନିଜ ପରିବେଶ ର ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧ ହେବାକୁ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଓ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ଆଇନଜୀବୀ ସଂଘକୁ, ଜିଲ୍ଲା ଲାୟନ୍ସ କ୍ଲବ ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କୁ, ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରାଙ୍କୁ, ସାମାଜିକ କର୍ମୀ ପୂର୍ଣ୍ଣଚନ୍ଦ୍ର ବାଘ ଙ୍କୁ, ସାମାଜିକ କର୍ମୀ ଶୋଭାମଣୀ ଭତ୍ରାଙ୍କୁ ଓ ଶିକ୍ଷକ ତ୍ରିନାଥ ମାଳୀ ଙ୍କୁ ଗଛ ସମ୍ମାନ ସହ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରକାରୀ ଆଇନଜୀବୀ ତଥା ସଂଘ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ମୀନାକ୍ଷୀ ପାଢ଼ୀ, ପ୍ରଦୀପ ସାହୁ, ଶ୍ରୀକାନ୍ତ କୁମାର ପଣ୍ଡା, ସାଇ କେଆର ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପାଢ଼ୀ ଓ ଛାତ୍ର ଛାତ୍ରୀ ମାନେ, ଜିଲ୍ଲା କୋର୍ଟ ନାଜିର ଅନୀଲ ଷଡ଼ଙ୍ଗୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦିପ୍ତୀ ରଞ୍ଜନ ପରିଡ଼ା, ଅରୁଣ, ପ୍ରୟାସ ର ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ, ପ୍ରଜେକ୍ଟ ପଇଂଟ ର ସମ୍ପାଦକ ବଳରାମ ବେହେରା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସରକାରୀ ଆଇନଜୀବୀଶ୍ରୀ ସିରାଜୁଦ୍ଧିନ ଅହମଦ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.