କ୍ୟାପିଟାଲ ପୋଲିସ ଥାନା ପରିସରରେ ଖୋଲିଲା ସ୍ୱାଗତ ଥାନା

ଭୁବନେଶ୍ବର: କ୍ୟାପିଟାଲ ଥାନା ପରିସରରେ ଖୋଲିଲା ସ୍ୱାଗତ ଥାନା । ଏଣିକି ଥାନାରେ ଅଭିଯୋଗକାରୀଙ୍କୁ ହେବ ଆଧୁନିକ ଶୈଳୀରେ ସ୍ୱାଗତମ । ଅଭିଯୋଗପତ୍ର ଗ୍ରହଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଏଭଳି କର୍ପୋରେଟ ସେବା । ଏହି ସ୍ୱାଗତ ଥାନାକୁ ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆଧୁନିକ ଢାଞ୍ଚାରେ ଅଭିଯୋଗ ପତ୍ରକୁ ଗ୍ରହଣ କରିବେ ପୋଲିସ । ଅଭିଯୋଗ ନମ୍ବର ୧ ର ସାଧାରଣ ସେବା ଟେବୁଲରେ ସମସ୍ତ ଅଭିଯୋଗକୁ ତୁରନ୍ତ ଗ୍ରହଣ କରି ରେଜିଷ୍ଟ୍ରେସନ କରାଯିବ । ଏହାପରେ କେଉଁଭଳି ଏହି ଘଟଣାର ଅଭିଯୋଗ ସେ ନେଇ ଥାନାରେ ଥିବା ପୋଲିସଙ୍କୁ ଅଲର୍ଟ କରାଯିବ । ପରେ ତୁରନ୍ତ ସେହି ଅଭିଯୋଗ ଗ୍ରହଣ ହୋଇଛି ବୋଲି ଅଭିଯୋଗକାରୀଙ୍କ ମୋବାଇଲକୁ ମ୍ୟାସେଜ ଯିବ । ସେହିପରି ନିରୁଦ୍ଦିଷ୍ଟଙ୍କ ପାଇଁ ସ୍ୱତନ୍ତ୍ର ଟେବୁଲ କରାଯାଇଛି । ଏହି ସ୍ୱାଗତ ଥାନାରେ ସମସ୍ତ ପ୍ରଶିକ୍ଷଣ ନେଇଥିବା କର୍ମଚାରୀମାନେ କଣ୍ଟ୍ରୋଲ କରିବେ । ତୁରନ୍ତ ଅଭିଯୋଗକୁ ସେମାନେ ସ୍ୱାଗତ ଆପ୍ଲିକେସନ ମାଧ୍ୟମରେ ଡାଟା ଉପଲୋଡ କରିବେ ।

କେବଳ ସେତିକି ନୁହେଁ ଏଠାରେ କୁନି କୁନି ପିଲାଙ୍କୁ ଖେଳିବାକୁ ଶିଶୁ ଆମୋଦ କକ୍ଷ କରାଯାଇଛି । ଯେଉଁଠି ନିଜ ମାଆ ସହିତ ଅଭିଯୋଗ କରିବାକୁ ଆସିଥିବା ଶିଶୁମାନେ ପାଠ ପଢ଼ିପାରିବେ, ଖେଳିପାରିବେ । ଯାହାଦ୍ୱାରା କୌଣସି ଲୋକ କିମ୍ବା ଶିଶୁ ପୋଲିସ ଥାନାକୁ ଆସିଲେ ଭୟ କରିବେ ନାହିଁ । ଏହାକୁ ଫାଲକୋନ ଓ କମିଶନରେଟ ପୋଲିସର ମିଳିତ ସମନ୍ବୟରେ ହୋଇଛି । ପ୍ରଥମେ କମିଶନରେଟ ପୋଲିସ ପକ୍ଷରୁ କ୍ୟାପିଟାଲ ଥାନାରେ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତି ସମୟରେ ଏହିଭଳି ଆଉ ଏକ ସ୍ୱାଗତ ଥାନା ସହିଦନଗର ପରିସରରେ ହେବାକୁ ଯୋଜନା ରହିଛି ।

nis-ad
Leave A Reply

Your email address will not be published.