ମାଲକାନଗିରି ପୋଲିସ ତରଫରୁ “ଆମ ପୋଲିସ ସମିତି ବୈଠକ” ଅନୁଷ୍ଠିତ…

ମାଲକାନଗିରି : ମାଲକାନଗିରି ଥାନା ପକ୍ଷରୁ ଆମ ପୋଲିସି ସମିତି ବୈଠକ ଆଜି ଆଦର୍ଶ ଥାନାରେ ଆୟୋଜିତ ହୋଇ ଯାଇଛି । ଆଦର୍ଶ ଥାନା ଅଧିକାରୀ ଶ୍ରୀ ରିଗାନ କିଣ୍ଡୋ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ପୋୖରାଧକ୍ଷ ଶ୍ରୀ ମନୋଜ ବାରିକ, ଏକ ନମ୍ବର ୱାର୍ଡ ମେମ୍ବର ପେଣ୍ଡ୍ର। ପ୍ରସାଦ ପଣ୍ଡା ଅଂଶ ଗ୍ରହଣ କରିଥିଲେ । ସଦର ମହକୁମା ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଜନସାଧାରଣ ଓ ଯୁବବର୍ଗ ସାମିଲ ହୋଇଥିଲେ । ଆଜିର ଏହି ସଭାରେ ସାଇବର ଅପରାଧୀଙ୍କ ଜିମେଲ,ଫେସବୁକ ରେ ଲିଙ୍କ ପ୍ରଦାନ,ଟାୱାର ବସାଇବା, ଏଟିଏମ କାର୍ଡ ନବୀକରଣ ଏବଂ ବ୍ୟାଙ୍କିଙ୍ଗ, ଲଟେରୀ, ଚାକିରୀ ବାବଦରେ ଠକେଇ ବିରୋଧରେ ନିରବ ନରହି 1930 ନମ୍ବର ଫୋନ କରି ପୋଲିସ କୁ ଜଣାଇବା ସହିତ ପୋଲିସକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଗାଁ ଗାଁରେ ନ୍ୟାୟ ନାଁରେ ହେଉଥିବା କଙ୍ଗାରୁ କୋର୍ଟ କୁ ବର୍ଜ୍ଜନ କରି ପୋଲିସ ର ସହାୟତା ନେବାକୁ କହିଥିଲେ । ବିଭିନ୍ନ ପ୍ରକାର ର ଠକେଇ ବାବଦରେ ପୋଲିସର ସହାୟତା ନେବା ଓ ଏ ବାବଦରେ ପୋଲିସ ସୂଚନା ଦେବାକୁ ଅନୁରୋଧ କରିଥିଲେ । ଆଜିର ଏହି ବୈଠକରେ ୧୦୦ରୁ ଉର୍ଦ୍ଧ ଲୋକ ଉପସ୍ଥିତ ରହିଥିଲେ । ଆଜିର ବୈଠକରେ ଶିଖପାଲି ସରପଞ୍ଚ ବିଜୟ କବାସୀ ,ଏସ ଆଇ ଗିରିଶ ଚନ୍ଦ୍ର ମହାରଣା, ପ୍ରଭାତ ଗୌଡ଼, ଗିରୀଶ ସାରକା ଓ ମହିଳା ଏସ ଏସ ଆଇ ମିନାଖି ଦାସ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.