ବ୍ରହ୍ମପୁର ପୋଲିସ ପ୍ରଶାସନ କୁ ଚୋର ଙ୍କ ଖୋଲା ଚାଲେଞ୍ଜ : ଗୋଟିଏ ରାତିରେ ସିରିଜ ଚୋରି…

ବ୍ରହ୍ମପୁର ସାମ୍ବାଦିକ // ନିସର୍ତ୍ତ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଂଜିନିୟରିଂ ସ୍କୁଲ ଛକ ନିକଟରୁ ସମାନ ଧରଣରେ ତିନୋଟି ସ୍ଥାନରୁ ଲକ୍ଷାଧିକ ଟଙ୍କା ଚୋରି କରି ଚମ୍ପଟ ମାରିଲେ ଦୁର୍ବୃତ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ସାଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବ୍ରହ୍ମପୁର ଏସପି ଡ଼. ସର୍ବଣା ବିବେକ ଏମ ଦାଇତ୍ୱ ଗ୍ରହଣ ଠାରୁ ପେଟ୍ରୋଲିଂ କଡ଼ାକଡ଼ି ହେଉଥିଲେ ମଧ୍ୟ କୋଉଠି ନା କୋଉଠି ପୁଲିସର ପେଟ୍ରୋଲିଂ ଢ଼ିଲା ଯୋଗୁଁ ଦୁର୍ବୃତମାନେ ଏଭଳି ଚୋରି କରିବାରେ ସଫଳ ହେଉଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତମାନେ ପ୍ରଥମେ ପ୍ଲାନିଂ କରି ଚା ଦୋକାନକୁ ଟାର୍ଗେଟ କଲେ ପରେ ଲୁଗା ଦୋକାନରୁ ଶେଷରେ ହୋଟେଲରୁ ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ପ୍ରକାରେ ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ଟୁନା ପାନ ସୋପରୁ ଦୁର୍ବୃତମାନେ ତାଲା ଭାଙ୍ଗି ମିକ୍ସଚର ଖାଇ, କୋଳଡ୍ରିଂକ୍ସ ପିଇ ,ବହୁ ସିଗାରେଟ ପ୍ୟାକେଟ ସମେତ ମୋଟ ୨୫ ହଜାର ଟଙ୍କା ଲୁଟି ନେବାରେ ସଫଳ ହୋଇଥିଲେ । ସେହିପରି ଉକ୍ତ ଅଂଚଳରେ ହିଁ ଥିବା ସାହିଲ ଏଜେନ୍ସି ନାମକ ଏକ ଲୁଗା ଦୋକାନର ତାଲା ଭାଙ୍ଗି ନଗଦ ୧୬ହଜାର ଟଙ୍କା ସହ ଡିବିଆର କ୍ୟାମେରା ମେସିନ, ୱାଇଫାଇ ମେସିନ, ୬ଟି ଲୁରିବ୍ୟାଗ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ମୋର ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିବା ଦୋକାନୀ ମାଲିକ ନିଶିତ୍ ରଞ୍ଜନ ନାୟକ କହିଛନ୍ତି । ଦୁର୍ବୃତମାନେ ଫିଲ୍ମ ଷ୍ଟାଇଲରେ ଦୁଇଟି ସ୍ଥାନରୁ ଚୋରି କରି ସଫଳ ହୋଇଥିଲେ ମଧ୍ୟ ମନ ଭରି ନଥିଲା । ଉପରୋକ୍ତ ଦୁଇଟି ଛୋଟ ଧରଣର ଚୋରି ହୋଇଥିବାରୁ ଦୁର୍ବୃତମାନେ ପୁଣି ଏକ ବଡ ଧରଣର ଚୋରି କରିବାକୁ ପ୍ଲାନିଂ କଲେ ଆଉ ସଫଳ ମଧ୍ୟ ହେଲେ । ଦୃବୁତମାନେ ଇଂଜିନିୟରିଂ ସ୍କୁଲ ନିକଟରେ ଥିବା ସାଇ କୃପା ହୋଟେଲର ପଛପଟ ଗ୍ରୀଲର ତାଲାକୁ କାଟି ହୋଟେଲ ଭିତରେ ପଶି ପଇସା ପେଢ଼ିରେ ଥିବା ପାଖାପାଖି ୬୦ ହଜାର ନୋଟ ଏବଂ ୫ଟଙ୍କା କୋଏନ ଓ ଚିଲରା ମିଶାଇ ପ୍ରାୟ ୪୦ ହଜାର ଟଙ୍କା ସମେତ ମୋଟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ । କେବଳ ଟଙ୍କା ନୁହେଁ ଦୁର୍ବୃତମାନେ ଚୋରୀ କରି ଗଲା ବେଳେ ହୋଟେଲ ବଳକାଥିବା ଖାଦ୍ୟ ମଧ୍ୟ ଖାଇକି ଯାଇଥିବା ଦୋକାନୀ ମାଲିକ ମହେଶ୍ବର ଭୂୟାଁ କହିଛନ୍ତି । ଏନେଇ ଶ୍ରୀ ଭୂୟାଁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣା ସ୍ଥଳେ ସାଇଣ୍ଟିଫିକ୍ ଟିମ ପହଞ୍ଚି ପୁଲିସ ହାୟତାରେ ତଦନ୍ତ ଆରମ୍ଭ କରିଥିଲା । ତେବେ ଉକ୍ତ ଅଞ୍ଚଳରୁ ସମାନ ଧରଣରେ ତିନୋଟି ସ୍ଥାନରୁ ପ୍ରାୟ ୧ଲକ୍ଷ ୭୫ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାରେ ଗତକାଲି ରାତିରେ ଉକ୍ତ ଅଂଚଳରେ ରାତ୍ର ୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟୁତ କଟ୍ ହୋଇଥିଲା ଯାହାକି ଏହାର ସୁଯୋଗ ନେଇ ଦୃବୁତମାନେ ଲୁଟ କରିବାରେ ସଫଳ ହୋଇଥିଲେ । ପୁଲିସର ପେଟ୍ରୋଲିଂ ଢ଼ିଲା ଯୋଗୁଁ ଲୁଟେରା ମାନେ ଏଭଳି ଚୋରି କରିବାରେ ସଫଳ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଗତକିଛି ପୂର୍ବେ ତାଲା ବନ୍ଦ ଥିବା ଘରକୁ ଟାର୍ଗେଟ କରି ଲୁଟିଥିଲେ ଲୁଟେରା କିନ୍ତୁ ଏବେ ତାଲା ବନ୍ଦ ଦୋକାନକୁ ଟାର୍ଗେଟ କରି ଲୁଟିବାରେ ସଫଳ ହେଉଛନ୍ତି ଲୁଟେରାମାନେ । ଅଭିଯୋଗ ପ୍ରକାରରେ ପୁଲିସର ଢିଲା ପେଟ୍ରୋଲିଂ ହିଁ ଏଥି ପାଇଁ ଦାୟି କହିଲେ କିଛି ଭୁଲ ହେବ ନାହିଁ, ତେଣୁ ପୋଲିସ ପେଟ୍ରୋଲଙ୍ଗ କୁ କଡା କଡ଼ି କରିବାକୁ ସାଧାରଣ ରେ ଦାବି ହେଉଛି l ମୁଖ୍ୟତଃ ବୈଦ୍ୟନାଥ ପୋଲିସ ଅଞ୍ଚଳ ନିହତି ସ୍ପର୍ଶ କାତର ଅଞ୍ଚଳ ତେଣୁ ପୋଲିସ ପେଟ୍ରୋଲଙ୍ଗ କଡା କଡ଼ି କରିବାକୁ ଅଞ୍ଚଳ ବାସି ଦାବି କରୁଛନ୍ତି, ଉକ୍ତ ସିରିଜ ଚୋରୀ ଘଟଣା ର ଫର୍ଦା ଫାଶ କେବେ ପୋଲିସ କରୁଛି ତାହା ଦେଖିବାକୁ ବାକି ରହିଲା

nis-ad
Leave A Reply

Your email address will not be published.