ସରାମୁଳି ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ


ଦାରିଙ୍ଗବାଡ଼ି, (୨୮/୫) : ସରାମୁଳି ଗ୍ରାମର ଡାକ୍ତର ସମିର କୁମାର ନାୟକ ନିଜ ବିବାହ ଦିବସରେ ସଚେତନର ବାର୍ତ୍ତା ଦେବା ପାଇଁ ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ଆଜି ସରାମୁଳି ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ନିଜେ ଡା. ସମିର କୁମାର ନାୟକ ସ୍ବେଚ୍ଛାକୃତ ରକ୍ତଦାନ ଦାନ କରିବା ସହ ପରିବାର , ଆତ୍ମୀୟ ସ୍ୱଜନ ସୁନିତା ନାୟକ ,ସୁରଜ ନାୟକ,ସୁକେଶ ନାୟକ, ଦୀପକ ନାୟକ,ବିକ୍ରମ ଦେଶମାଝୀ, ବଚନ ସିଂ, ଆଲେକ୍ସ ଜାଣ୍ଡେର ବଳିଆରସିଂ, ବାରୁନ ଉଠାନସିଂ, ଚନ୍ଦ୍ରଶେଖର ମୁଠମାଝୀ, ଶାୟାନ, ମୁକେଶ ନାୟକ ପ୍ରମୁଖ ରକ୍ତଦାନ କରିବା ସହ ଚାରା ରୋପଣ କରି ଅନ୍ୟ ମାନଙ୍କୁ ଏହିଭଳି ରକ୍ତଦାନ ଓ ଚାରା ରୋପଣ କରିବା ପାଇଁ ଉତ୍ସାଇତ କରିଥିଲେ । ବାଲିଗୁଡ଼ା ରକ୍ତଭଣ୍ଡାର ଏଲ୍‌ ଟି ଚିତ୍ତରଞ୍ଜନ ,କନକଲତା ବେହେରା, ସୁବାସ ଚନ୍ଦ୍ର ବେହେରା ଓ ଶମ୍ଭୁ ପ୍ରସାଦ ମୁଖୀ ଓ ଶିବରାମ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତସଂଗ୍ରହ କରିଥିଲା ବେଳେ ସମ୍ବାଦ-ଆମ ଓଡ଼ିଶା ପ୍ରତିନିଧି ପ୍ରେମଚାନ୍ଦ ସିଂ ଏଏହାକୁ ପରିଚାଳନା କରିଥିଲେ । ସରପଞ୍ଚ ପ୍ରେମଶୀଳ ମୁଠାମଝି ସମସ୍ତ ସୁବିଧା ଯୋଗାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.