ଅନନ୍ତନାଗରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ: ଆକ୍ସନ ମୋଡ୍‌ରେ ଭାରତୀୟ ସେନା। ଶନିବାର ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରିଛି କଶ୍ମୀର ଜୋନ୍ ପୁଲିସ। ସୂଚନା ଅନୁଯାୟୀ , ଶନିବାର ଅନନ୍ତନାଗର ବିଜବେହାରା ଅଞ୍ଚଳର ଶାଦିପୋରାଠାରେ ଏହି ଏନକାଉଣ୍ଟର ଘଟିଛି । ଅନ୍ୟପକ୍ଷରେ ଗତ ୩ ଦିନରେ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି।
ଶୁକ୍ରବାର ଭୋର୍‌ ସମୟରେ ଅଗାଂଜିପୁରା‌ରେ ମିଳିତ ସର୍ଚ ଅପ‌ରେସନ୍‌ ଆରମ୍ଭ ହୋଇଥିଲା। ଏହି ଅପରେସନ୍‌ ପରେ ଏନ୍‌କାଉଣ୍ଟର କରାଯାଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟରେ ଜମ୍ମୁ-କଶ୍ମୀରର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅମରୀନ ଭଟଙ୍କ ହତ୍ୟାର ବଦଲା ନେଇଛି ସେନା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଲସ୍କର-ଇ-ତାଏବା ଆତଙ୍କୀ।
ଏହି ୪ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ମହିଳା ଟିଭି ଅଭିନେତାଙ୍କ ହତ୍ୟାକାଣ୍ତରେ ୨ ଜଣ ସାମିଲ ଥିଲେ। ଉଭୟ ଲସ୍କରର କମାଣ୍ଡର ଲତିଫର ନିର୍ଦ୍ଦେଶରେ ଅମରୀନ ଭଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ନିହତ ଶାହିଦ ଓ ଫରହାନର ମୃତଦେହ ନିକଟରୁ ଗୋଟିଏ ଏକେ ୫୬ ରାଇଫଲ, ୪ଟି ମାଗାଜିନ ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି।

nis-ad
Leave A Reply

Your email address will not be published.