କାଉନସିଲ ବୈଠକରେ ଉପାଧ୍ୟକ୍ଷାଙ୍କୁ ଅସମ୍ମାନକୁ ନେଇ ଥାନାରେ ମାମଲା

ଭଦ୍ରକ : ଭଦ୍ରକ କାଉନସିଲ ବୈଠକରେ ପୌରପାଳିକା ଉପାଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗକୁ ନେଇ ତୁମୁଳ କାଣ୍ଡ । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଭଦ୍ରକ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଉପାଧ୍ୟକ୍ଷାଙ୍କ ପୁଅ ତଥା ପୂର୍ବତନ କାଉନ୍ସିଲର ପ୍ରବୀର ଜେନାଙ୍କ ନାମରେ ଥାନାରେ ଏକ ଅଭିଯୋଗ ହୋଇଥିବା ବେଳେ, ଅନ୍ୟପଟେ ପୌରପାଳିକା ଉପାଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ଉପାଧ୍ୟକ୍ଷା ।

ଖବର ଅନୁଯାୟୀ, ଭଦ୍ରକ ପୌରପାଳିକାର କାଉନସିଲ ବୈଠକ ବେଳେ ପୌରପାଳିକାର ଉପାଧ୍ୟକ୍ଷାଙ୍କୁ ଵୈଠକରେ ବସିବା ପାଇଁ ଚେୟାର ନ ଦେଵାକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିଲା । ଏଥିରେ ଷ୍ଟେଜରେ ଉପଧ୍ୟକ୍ଷାଙ୍କୁ ଵସିବାକୁ ଚେୟାର ଦିଆଯାଇନଥିଲା । ଏହାକୁ ପ୍ରତିବାଦ କରିବାରୁ ୧୫ମିନିଟ ପରେ ଚେୟାର ଦିଆଯାଇଥିଲା । ବୈଠକ ପରେ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ ପ୍ରକୋଷ୍ଠରେ ପୂର୍ବତନ କାଉନସିଲର ପ୍ରଶ୍ନ କରିଥିଲେ । ଏଥିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ଏହି କଥାକୁ ନେଇ ନିର୍ବାହୀ ଅଧିକାରୀଙ୍କୁ ତାଙ୍କ ଚ୍ୟାମ୍ବରରେ ପୌର ପାଳିକା ଉପାଧ୍ୟକ୍ଷାଙ୍କ ପୁଅ ପ୍ରବୀର ଜେନା ଦୁର୍ବ୍ୟବହାର କରିଥିବା ଟାଉନଥାନାର ଅଭିଯୋଗ କରିଛନ୍ତି ନିର୍ଵାହୀ ଅଧିକାରୀ । ତେବେ ଏନେଇ ଦେବୀ ପ୍ରସାଦ ରାଉତ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୌରପାଳିକାର ଉପାଧ୍ୟକ୍ଷାଙ୍କ ସମେତ ଅନ୍ୟ କାଉନସିଲର ମାନେ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ଉପାଧ୍ୟକ୍ଷା ବୟସ୍କା ମହିଳା ହୋଇଥିଲେ ମଧ୍ୟ ତାଙ୍କୁ ଯଥୋଚିତ ସମ୍ମାନିତ ନ ଦେବା ନିନ୍ଦନୀୟ ଵୋଲି କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଟାଉନଥାନାରେ ନିର୍ବାହୀ ଅଧିକାରୀ, ଉପାଧ୍ୟକ୍ଷା ଓ ପୂର୍ବତନ କାଉନସିଲର ପକ୍ଷରୁ ୩ଟି ଏତଲା ହୋଇଛି ।

nis-ad
Leave A Reply

Your email address will not be published.