ପୁରୀ ଗୁଳିକାଣ୍ଡ ଘଟଣା: ୪ ବନ୍ଧୁକ ଜବତ ସହ ୭ ଗିରଫ

ପୁରୀ: ପୁରୀ ଗୁଳିକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୁରୀ ଗୁଳିକାଣ୍ଡ ମାମଲାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସପି । ସେ କହିଛନ୍ତି ଯେ, ‘ପୁରୀ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ସମୟରେ ୪ଟି ବନ୍ଧୁକ ଜବତ କରିଛି ପୋଲିସ । ବନ୍ଧୁକ ରଖିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି । ବିଭିନ୍ନ ସ୍ଥାନରେ ଏବେ ବି ଚଢ଼ାଉ ଚାଲିଛି ।’

ତେବେ ସେବାୟତ ଶିବରାମ ପାତ୍ର ହତ୍ୟା ଘଟଣାରେ ବ୍ୟବହୃତ ବନ୍ଧୁକକୁ ନେଇ ତଦନ୍ତ ବେଳେ ପୋଲିସକୁ ଏହି ସଫଳତା ମିଳିଛି । ବିଭିନ୍ନ ଅପରାଧିକ ମାମଲାରେ ବ୍ୟବହୃତ ୪ଟି ବନ୍ଧୁକ ଜବତ ହୋଇଥିବା ବେଳେ ୭ ଗିରଫ ହୋଇଛନ୍ତି । ସଦର ଥାନା ଅଞ୍ଚଳରୁ ୨ଟି ବନ୍ଧୁକ ଜବତ ହୋଇଛି । ବଳିଆ ପଣ୍ଡା ଥାନା ଓ ଟାଉନ ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ବନ୍ଧୁକ ଜବତ ହୋଇଛି । ଦାଦାବଟି ଆଦାୟ, ଡ୍ରଗ୍ସ କାରବାର ଉପରେ କଡ଼ା ନଜର ଅଛି । ଶିବରାମଙ୍କ ହତ୍ୟା ମାମଲାର ତଦନ୍ତ ଚାଲିଛି ବୋଲି ପୁରୀ ଏସପି କହିଛନ୍ତି ।

nis-ad
Leave A Reply

Your email address will not be published.