ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ

ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ । ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବ। ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଆସନ୍ତା ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ରାଜ୍ୟର ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ କରିବାକୁ ଯୋଜନା କରିଛି ସିଏଚଏସ୍‌ଇ । ଦୁଇଟି ପର୍ଯ୍ୟାୟରେ +୨ ଖାତା ମୂଲ୍ୟାୟନ ହେବ। ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବାକୁ ଥିବା ବେଳେ ଜୁନ୍ ୧୩ରୁ ୨୨ ଯାଏ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୮ ତାରିଖ ଆରମ୍ଭ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଯୁକ୍ତ ୨ ପରୀକ୍ଷା ।

nis-ad
Leave A Reply

Your email address will not be published.