ଯୈାନ ନିର୍ଯ୍ୟାତନା ଅଭିଯୋଗ ରେ କମିଶନରେଟ୍ ପୋଲିସର କନଷ୍ଟେବଳ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସରେ କଳଙ୍କ । ରକ୍ଷକ ହୋଇ ଭକ୍ଷକ ସାଜିଲେ କମିଶନରେଟ୍ ପୋଲିସର କନେଷ୍ଟବଳ । ପୋଲିସ ହାତରେ ବନ୍ଧା ହେଲେ ପୋଲସ । ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲ ଯୌନ ପିପାସୁ ପୋଲିସ । ଗିରଫ କନେଷ୍ଟବଳ କମିଶନରେଟ୍ ପୋଲିସର ରଜନୀକାନ୍ତ ଗମାଙ୍ଗ। । ନାବାଳିକାକୁ ୪ବର୍ଷ ଧରି ଯୌନଶୋଷଣ କରୁଥିବା ନେଇ ଅଭିଯୋଗ।

ନାବାଳିକାଙ୍କୁ ୧୩ବର୍ଷ ହୋଇଥିବା ବେଳେ ଯୌନଶୋଷଣ ଆରମ୍ଭ କରିଥିଲା ରଜନୀକାନ୍ତ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଫଟୋ ସୁଟ୍ କଋଥିଲା ଅଭିଯୁକ୍ତ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ନେଇ ବ୍ଲାକମେଲିଂ କରୁଥିଲା କନେଷ୍ଟବଳ । ପଚାଶ ହଜାର ଟଙ୍କା ଦେଲେ ଭିଡ଼ିଓକୁ ଡିଲିଟ କରିବ କହିଥିଲା । ଶେଷରେ ଚାଇଲ୍ଡ ଲାଇନ ସହାୟତା ନେଇଥିଲେ ସମ୍ପୃକ୍ତ ପୀଡ଼ିତା । ଚାଇଲ୍ଡ ଲାଇନ୍ ସହାୟତାରେ ଗତକାଲି ମହିଳା ଥାନାରେ ଅଭିଯୋଗ କରିବା ପରେ ଆଜି ଅଭିଯୁକ୍ତ କନେଷ୍ଟବଳକୁ ଗିରଫ କରିଛି ମହିଳା ଥାନା ପୋଲିସ ।

nis-ad
Leave A Reply

Your email address will not be published.