କଂଗ୍ରେସ ହିନ୍ଦୁ ଧର୍ମର ଲୋକଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଉଛି : ହାର୍ଦ୍ଦିକ  ପଟେଲ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ପାଇଁ ଗୋଡ଼ ଟେକି ବସିଥିବା ଯୁବ ନେତା ହାର୍ଦ୍ଦିକ ପଟେଲ କମ୍ରାଗତ ଭାବେ କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ୨୦୧୯ରୁ ହାର୍ଦ୍ଦିକ କଂଗ୍ରେସରେ ଥିଲେ। କିନ୍ତୁ କିଛି ଦିନ ତଳେ ସେ କଂଗ୍ରେସକୁ ଅଲବିଦା କହିଥିଲେ। ଏହାପରେ ସେ ଏବେ କଂଗ୍ରେସକୁ ବାରମ୍ବାର ହିନ୍ଦୁତ୍ୱ ବାଣ ମାରି ଚାଲିଛନ୍ତି।
ହାର୍ଦ୍ଦିକ କହିଛନ୍ତି, କଂଗ୍ରେସ ଲୋକଙ୍କ ଭାବନାକୁ ଆଘାତ ଦେବାକୁ କାମ କରୁଛି। କଂଗ୍ରେସ ହିନ୍ଦୁ ଧର୍ମର ଲୋକଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଉଛି। କାହିଁକି ହିନ୍ଦୁମାନଙ୍କୁ ଏତେ ଘୃଣା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି, “ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ କଂଗ୍ରେସ ଦଳ ଲୋକଙ୍କ ଭାବନା ଓ ହିନ୍ଦୁ ଧର୍ମର ଲୋକଙ୍କ ବିଶ୍ୱାସକୁ ଆଘାତ ଦେବା ପାଇଁ କାମ କରୁଛି। ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗୁଜରାଟର କଂଗ୍ରେସ ନେତା ଭାରତ ସିଂହ ସୋଲାଙ୍କି କହିଛନ୍ତି ଯେ ରାମ ମନ୍ଦିର ପାଇଁ ରଖା ଯାଇଥିବା ଇଟାରେ କୁକୁର ପରିସ୍ରା କରୁଛି। ମୁଁ କଂଗ୍ରେସ ଓ ଏହାର ନେତାମାନଙ୍କୁ ପଚାରିବାକୁ ଚାହୁଁଛି ଯେ ଭଗବାନ ଶ୍ରୀରାମଙ୍କ ସହ ଆପଣମାନଙ୍କର କ’ଣ ଶତ୍ରୁତା ରହିଛି? ହିନ୍ଦୁମାନଙ୍କୁ ଏତେ ଘୃଣା କାହିଁକି? ଗୋଟିଏ ଶତାବ୍ଦୀ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପାଇଁ ମନ୍ଦିର ତିଆରି ହେଉଛି। ତଥାପି କଂଗ୍ରେସ ନେତାମାନେ ନିୟମିତ ଭାବେ ଭଗବାନ ଶ୍ରୀରାମ ବିରୋଧରେ ବୟାନ ଦେଇ ଚାଲିଛନ୍ତି।”
ହାର୍ଦ୍ଦିକ ପଟେଲ ପଟିଦାର ନେତା ହୋଇଥିବାରୁ ଗୁଜରାଟ ବିଧାନସଭାରେ କଂଗ୍ରେସ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ବୋଲି ଦଳ ଆଶା କରିଥିଲା। ଏଥିପାଇଁ ତାଙ୍କୁ କଂଗ୍ରେସରେ ସାମିଲ କରାଯାଇଥିଲା। ହେଲେ ସେ ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ କଂଗ୍ରେସକୁ ବାଏବାଏ କହିଛନ୍ତି।

nis-ad
Leave A Reply

Your email address will not be published.