ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖଣ୍ଡା ବୁଲାଇବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ନିଜର ଭାଇଗିରି ପାଇଁ ଖଣ୍ଡା ବୁଲାଇବା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରି । କେବଳ ଏତିକି ନୁହେଁ ସେମାନଙ୍କ ନିକଟରୁ ଖଣ୍ଡା, ୨ଟି ମୋବାଇଲ୍ ଏବଂ ଗୋଟିଏ କାର୍ ଜବତ ହୋଇଛି । ଏନେଇ ଘଟଣାରେ ତଦନ୍ତ କରି କାର‌୍ୟ୍ୟାନୁଷ୍ଠାନ ନେଇଛି ମଞ୍ଚେଶ୍ୱର ଥାନା ପୋଲିସ ।

ଗତ କିଛି ଦିନ ତଳେ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଆତଙ୍କ ଖେଳାଇ ୧୦ଟି ଦୋକାନକୁ ଖଣ୍ଡାରେ ହାଣିଥିଲେ। ପ୍ରତିବାଦ କରିବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା ।

ଘଟଣାରେ ୫ ଜଣ ଦୋକାନୀ ଆହତ ହୋଇଥିଲେ । ଅଭିଯୁକ୍ତ ରାକେଶ ରଞ୍ଜନ ମହାନ୍ତି ଓ ଅଜିତ ଗିରି ଙ୍କ ନାଁରେ କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଘଟଣାର ଭିଡିଓ ଭାଇରାଲ ହୋଇଛି।

nis-ad
Leave A Reply

Your email address will not be published.