ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ନନ୍ଦନକାନନ କର୍ମଚାରୀ ଗିରଫ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସିଥାଆନ୍ତି। ଏଠାରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖାଯାଇଛି। କିଛି ପର୍ଯ୍ୟଟକଙ୍କୁ ସଫାରୀ କର୍ମଚାରୀ ମାଡ ମାରିଛନ୍ତି ବୋଲି ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ପର୍ଯ୍ୟଟକଙ୍କୁ କିଛି ସଫାରୀ କର୍ମଚାରୀ ଗୋଡାଇ ଗୋଡାଇ ପିଟୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି।

ସଫାରୀ ବସ୍‍ ଟିକେଟକୁ ନେଇ ଏହି ଆକ୍ରମଣ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନାନୁଯାୟୀ, ଛତିଶିଗଡର କିଛି ପର୍ଯ୍ୟଟକ ସଫାରୀ ବସ ଟିକେଟ୍‍ କାଉଣ୍ଟର ନିକଟରେ ଠିଆ ହୋଇଥିଲେ। ସେମାନଙ୍କ ପଛରେ ଥିବା ପର୍ଯ୍ୟଟକଙ୍କୁ ଟିକେଟ ମିିଳିବା ପରେ ସେମାନେ ବସରେ ବସିିଥିଲେ। ଏମାନେ ମଧ୍ୟ ସେହି ସମୟରେ ବସରେ ବସିବା ପାଇଁ ଚଢିଥିଲେ। ମାତ୍ର ବସ କର୍ମଚାରୀମାନେ ବସିବାକୁ ଦେଇନଥିଲେ। ଏହାପରେ ପାଟିତୁଣ୍ଡ ଆରମ୍ଭ ହେବା ସହ ସଫାମରୀ କର୍ମଚାରୀ ମାଡ ମାରିଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।

nis-ad
Leave A Reply

Your email address will not be published.