ଖୁଚରା ଫେରସ୍ତକୁ  କେନ୍ଦ୍ରକରି ଗଣ୍ଡଗୋଳ ପାଞ୍ଚ ଆହତ ଚାରି ଗିରଫ…  

ଚିକିଟି ପ୍ରତିନିଧି // ନିସର୍ତ୍ତ

ପାତ୍ରପୁର-: ଜରଡ।ଥାନା ସୁରଙ୍ଗି ଗ୍ରାମରେ ରବିବାର ରାତ୍ର ଖୁଚୁରା ଫେରସ୍ତ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୫ଜଣ ଆହତ ହୋଇ ଥିବା ବେଳେ ଜଣ ଗୁରୁତର ହୋଇଥିବା ଜଣା ଯାଇଛି। ଘଟଣାକୁ ନେଇ ଜରଡ।ଥାନାରେ ଉଭୟ ପକ୍ଷରୁ ଦୁଇଟି ଏତଲା ଦିଆଯାଇଥିଲା ବେଳେ ପୋଲିସ ଦୁଇଟି ମକଦ୍ଦମା ରୁଜୁ କରି ଚାରିଜଣଙ୍କୁ ଗିରଫକରି କୋର୍ଟଚାଲାଣକରିଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଫାଷ୍ଟ ଫୂଡ଼ ଦୋକାନୀ ଅଜୟ ବେହେରା ଙ୍କୁ ଚିକିତ୍ସାପାଇଁ ବ୍ରହ୍ମପୁର ପଠାଇ ଥିବା ଜଣା ଯାଇଛି। ଖବର ରୁ ପ୍ରକାଶ ଯେ ରବିବାର ରାତ୍ର ଗ୍ରାମ ଛକ ନିକଟରେ ଦୋକାନ କରିଥିବା ଅଜୟ ବେହେରା ଙ୍କ ଦୋକାନକୁ ଚାରିଜଣ ପହଞ୍ଚି ପାଣି ବୋତଲ କିଣିଥିଲେ।ତେବେ ବଳକା ଅର୍ଥ ଦେବାରେ ବିଳମ୍ବ କୁ ନେଇ ବଚସା ଆରମ୍ଭ ହୋଇଥିଲା।ଏହା ପରେ ହତାହାତି ହେବା ପରେ ଅଜୟ ଙ୍କ ସମେତ ୫ଜଣ ଆହତ ହୋଇଥିଲେ।ପୋଲିସ ଖବର ପାଇ ଆହତଙ୍କୁ ପାତ୍ରପୁର ଡାକ୍ତରପାଖକୁ ନେଇଥିବା ବେଳେ ଗୁରୁତର ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ।ଏହି ଘଟଣାରେ ଅଜୟ ଙ୍କ ସାନ ଭାଇ ବାଦଲ ଓ ଅନ୍ୟ ଚାରି ଜଣ ଆସି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।ସେହି ମାନଙ୍କ ମଧରୁ ସମରଜିତ ମଣ୍ଡଳ ନାରାୟଣ ସାହୁ ଅନୀଲ ଚୌଧୁରୀଙ୍କୁ ଗିରଫ କରିଛି।ସେହିପରି ସମର ଜିତ ମଣ୍ଡଳ ସହିତ ତାଙ୍କ ସାଙ୍ଗ ମନେ ପାଣି ବୋତଲ କିଣିବା ବେଳେ ତିନିଜଣ ଆକ୍ରମଣ କରିଥିବା ଅଭିଯୋଗ ଦେଇଛନ୍ତି।ପୋଲିସ ଏତଲାକୁ ନେଇ ଘଟଣାର ଅନ୍ୟ ଏକ ମକଦ୍ଦମାରୁଜୁ କରି ବାଦଲ ବେହେରା ଙ୍କୁ ଗିରଫ କରିଥିବା ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।ତେବେ ଗତ ନିର୍ବାଚନର ମତାନ୍ତରକୁ ନେଇ ଏହିଭଳି ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.