ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ମାଛ ଚୋରି କରୁଛି ଚୀନ, ନଜର ରଖିବ କ୍ବାଡ୍

ଟୋକିଓ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ବେଆଇନ ଭାବେ ମାଛ ମାରୁଛନ୍ତି ଚୀନର ଫିସିଙ୍ଗ କମ୍ପାନି । ଏହାର ମୁକାବିଲା ପାଇଁ କ୍ବାଡ୍ ରାଷ୍ଟ୍ରମାନଙ୍କ ପକ୍ଷରୁ ଏକ ସାଟେଲାଇଟ୍ ଭିତ୍ତିକ ଟ୍ରାକିଂ ସିଷ୍ଟମ ଚାଲୁ କରାଯିବ । ଏହା ଦ୍ବାରା ଚୀନର ଫିସିଙ୍ଗ କମ୍ପାନିମାନଙ୍କ ଉପରେ ନଜର ରଖାଯାଇ ପାରିବ । ଟୋକିଓଠାରେ ଅନୁଷ୍ଠିତ ହେଉଥିବା କ୍ବାଡ୍ ସମ୍ମିଳନୀରେ ଏ ସଂପର୍କରେ ଘୋଷଣା ହୋଇପାରେ ।
ସାଟଲାଇଟ ପରିଚାଳିତ ଏହି ଟ୍ରାକିଂ ସିଷ୍ଟମ ଆକାଶ ମାର୍ଗରୁ ଚୀନର ଫିସିଙ୍ଗ ଜାହାଜଗୁଡ଼ିକ ଉପରେ ନଜର ରଖିବ । ଏପରିକି ଏସବୁ ଜାହାଜର ଟ୍ରାନ୍ସପୋଣ୍ଡର ବନ୍ଦ କରିଦେଲେ ବି ସେଗୁଡ଼ିକ ଟ୍ରାକିଂ ସିଷ୍ଟମର ନଜରରୁ ବର୍ତ୍ତି ପାରିବେ ନାହିଁ ।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ହେଉଥିବା ବେଆଇନ ମାଛମରାକୁ ନେଇ ଚିନ୍ତା ବଢିଚାଲିଛି । ଏସବୁ ବେଆଇନ ମାଛମରା ବା ଫିସିଙ୍ଗର ୯୫ ପ୍ରତିଶତ ଚୀନ ପକ୍ଷରୁ କରାଯାଉଛି ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ, କ୍ବାଡ୍ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଏସିଆରେ ଚୀନର ବଢିଚାଲିଥିବା ଆଧିପତ୍ୟକୁ ରୋକିବାକୁ ଏହି ମେଣ୍ଟ ଗଠନ କରାଯାଇଛି । ଟୋକିଓଠାରେ ଚାଲିଥିବା କ୍ବାଡ୍ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗ ଦେଇଛନ୍ତି ।

nis-ad
Leave A Reply

Your email address will not be published.