ଏମ.ଭି- ୭୯ ଜେ.ଏମ.ଏଫ.ସି କୋର୍ଟରେ ରାଷ୍ଟ୍ରୀୟ ଲୋକଅଦାଲତ ପାଳିତ


ମାଲକାନଗିରି (୧୪.୦୫) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଂଚାୟତରେ ଥିବା ଜେ.ଏମ.ଏଫ.ସି କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା ପ୍ରାଧିକରଣ ତରଫରୁ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅହି ଲୋକ ଅଦାଲତ କାର୍ଯ୍ୟକ୍ରମକୁ କୋର୍ଟ ର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ତଥା ତାଲୁକ ଆଇନ ପ୍ରାଧିକରଣ ର ଚେୟାରମ୍ୟାନ ଶ୍ରୀଯୁକ୍ତ ଗୌରୀ ଶଙ୍କର ପଣ୍ଡା ଉପସ୍ତିତିରେ ୯ ଗୋଟି ମାମଲା ଫଇସଲା କରିଥିଲେ। ସେଥି ମଧ୍ୟରୁ ଚାରି ଗୋଟି ପାରିବାରିକ, ଚାରିଗୋଟି ଫୌଜଦାରୀ ଓ ଅନ୍ୟାନ୍ୟ ଏକ ଗୋଟି ମାମଲା ର ସମାଧାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ରୁ ରଞ୍ଜିତସାହା (ଉପ ସଭାପତି ), ସହ ସମ୍ପାଦକ ରାଜେସ ପଟ୍ଟନାୟକ , ବିପ୍ଲବ ଦତ୍ତ, ସମେତ କୋର୍ଟ ର ପେନାଲ ଓକିଲ ତଥା ବରିଷ୍ଠ ଆଇନ ଜୀବି ହିରୋଜ କୁମାର ପାଣିଗ୍ରାହୀ ଓ କୋର୍ଟ ର କର୍ମଚାରୀ ମାଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ତାଲୁକ ଆଇନ ସେବା ପ୍ରାଧିକରଣ ତରଫରୁ ଜଳଖିଆ ର ବନ୍ଦୋବସ୍ତ କରାଯାଇଥିଲା।

nis-ad
Leave A Reply

Your email address will not be published.