ଗୋଷ୍ଠୀ ବିବାଦ ବଳୟ ରେ ଛନ୍ଦି ହୋଇ ଗଲା ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିର ର ଭାଗ୍ୟ..!

ଭକ୍ତର ଭାବାବେଗ ସହ ଖେଳ କେତେଦିନ...

ଓଡ଼ିଶାରେ ମନ୍ଦିରର ଉନ୍ନୟନ ସୌନ୍ଦର୍ଯ୍ୟ କରଣ ପାଇଁ ଓଡ଼ିଶା ସରକାର ଙ୍କ ଆନ୍ତରିକତା ସହ ଆଧ୍ୟାତ୍ମିକ ପୀଠ ଗୁଡ଼ିକୁ ଗୁରୁତ୍ଵ
ଆଜି ଦେଉଥିବା ବେଳେ ବ୍ରହ୍ମପୁର ସହର ଆରାଧ୍ୟା ଦେବୀ ବୁଢ଼ୀ ଠାକୁରାଣୀ ପୂଜା ପାଇ ଆସୁଥିବା ମନ୍ଦିର ପ୍ରତି ଆନ୍ତରିକତା ଅଭାବ ଦେଖିବାକୁ ମିଳୁଛି। ବୁଢ଼ୀ ଠାକୁରାଣୀ ମନ୍ଦିର ର ସେବାୟତ ମାନଙ୍କ ମଧ୍ୟ ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉ ଥିବା ବେଳେ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏହାର ସମାଧାନ ର ବିକଳ୍ପ ସୂତ୍ର ବାହାର କରି ମହାନଗର ନିଗମର କର୍ତ୍ତୃ ପକ୍ଷ ଙ୍କ ଜରିଆ ରେ ମନ୍ଦିର ଉନ୍ନତି ପାଇଁ ସର୍ବ ସମ୍ମତି ଜଣାଇଥିଲେ। ବଡ଼ ବିଡମ୍ବନା ବିଷୟ ଏକ କୋଟି ଚଉଦ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟ ସମ୍ପାଦନ କରି ଠିକଣା ସମୟ ରେ ଖର୍ଚ୍ଚ ନ ହେବା ହେତୁ ମା ଙ୍କ ଦୁଆରୁ ଟଙ୍କା ଫେରି ଯିବା ନିହାତି ଦୁର୍ଭାଗ୍ୟ ଜନକ ବିଷୟ

ତିନି ଦିନ ତଳେ ରାଜ୍ୟ ସଭା ସାଂସଦ ପ୍ରଶାନ୍ତ କୁମାର ନନ୍ଦ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଙ୍କୁ ଗୋଟିଏ ପତ୍ର ଲେଖି ଏହି ପ୍ରାଚୀନ ମନ୍ଦିର ର ସୌନ୍ଦର୍ଯ୍ୟକରଣ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି। ଏହି ଚିଠି ପରେ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ ପାରିବା ପଣିଆ ଜଣା ପଡ଼ିଛି ଏମାନଙ୍କ ଦୋମୁହାଁ ନୀତି ପଦା ରେ ପଡିଛି ବ୍ରହ୍ମପୁର ର ବିଧାୟକ ବହୁ ଜନ ହିତକର କାମ କରୁଥିବା ବୋଲି ଚର୍ଚ୍ଚା ଜୋର ଧରିଛି ହେଲେ ବୁଢ଼ୀ ଠାକୁରାଣୀ ମନ୍ଦିର ର ଉନ୍ନତି ଦିଗରେ ସେ ବର୍ତ୍ତମାନ ଗୁରୁତ୍ବ ଦେବାକୁ ଉଦ୍ୟମ ପାଇଁ ପ୍ରୟାସ କରିବାକୁ ଇଛା ପ୍ରକାଶ ନ କରିବା ନିହାତି ଅନୁଶୀଳନ କରିବାର ଆବଶ୍ୟକ।
ବର୍ତ୍ତମାନ ର ବିଧାୟକ ଓ ସାଂସଦ ଙ୍କ ପାଇଁ ବୁଢ଼ୀ ଠାକୁରାଣୀ ମନ୍ଦିର ଉନ୍ନୟନ ଗୁରୁତ୍ଵ ହରେଇ ବସିଛି। ଏହି ଦୁଇ ଜଣ ଚାହିଁଲେ ବୁଢ଼ୀ ଠାକୁରାଣୀ ଙ୍କ ପାଇଁ ଏକ ବୃହତ ପ୍ରକଳ୍ପ ଯୋଜନା ସମ୍ଭବ ହେବ।

ବର୍ତ୍ତମାନ ସାରା ଓଡିଶା ର ବହୁ ଦେବା ଦେବୀ ପୀଠ ଓ ଦର୍ଶନୀୟ ସ୍ଥାନ ଗୁଡିକ ରେ ଫାଇବ ଟି ସଚିବ କାର୍ତ୍ତିକେୟନ ପଣ୍ଡିୟନ ଘନ ଘନ ଗସ୍ତ କରି ସେହି ମନ୍ଦିର ଉନ୍ନତି ଦିଗରେ ଖର୍ଚ୍ଚ ଓ ତାର ସମୀକ୍ଷା କରି ଆସୁଛନ୍ତି। ସେ ଏହି ଗଞ୍ଜାମ ଜିଲ୍ଲାର ଜିଲ୍ଲା ପାଳ ଥିଲେ। ଏହି ସହର ରେ ତାଙ୍କ ପରିଚୟ ରହି ଆସିଛି।କିନ୍ତୁ ଆଜି ମା ବୁଢ଼ୀ ଠାକୁରାଣୀ ମନ୍ଦିର ରେ ତାଙ୍କ ପାଦ କେବେ ପଡ଼ିବ ସେ ସମୟ କୁ ଅପେକ୍ଷା.
କଥା କଥା ରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ବିକାଶ ମୋ ଦାୟିତ୍ୱ କହି ଆସୁଥିବା ବେଳେ ବର୍ତ୍ତମାନ ତାଙ୍କ ବିଶ୍ୱସ୍ତ ଅଙ୍ଗଦ ଙ୍କ ଆଗ୍ରହ କାହିଁକି ନାହିଁ?

ବ୍ରହ୍ମପୁର ସହର ର ଆକର୍ଷଣ କରିବା ପାଇଁ ଓ ସୌନ୍ଦର୍ଯ୍ୟ ପାଇଁ ମହାନଗର ନିଗମର ଅନେକ ଯୋଜନା ଓ କାର୍ଯ୍ୟକ୍ରମ। ଗୋଟିଏ ବନ୍ଧ କୁ ଆଲୋକିତ କରିବା ଏବଂ ବନ୍ଧ ମଝିରେ ପ୍ରଭୁ ଶିବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରି ଏକ ପ୍ରକାର ସେହି ସ୍ଥାନ କୁ ମନୋରଞ୍ଜନ କରିବା ପାଇଁ ଅବସର ସୃଷ୍ଟି କରି ଦେଲେ। କିନ୍ତୁ ଗୋଟିଏ ପ୍ରାଚୀନ କାଳରୁ ପୂଜା ହୋଇ ଆସୁଥିବା ମା ବୁଢ଼ୀ ଠାକୁରାଣୀ ମନ୍ଦିର ର ଗୁରୁତ୍ଵ କଥା ଭୁଲି ଗଲେ କାହିଁକି? ସହର ରେ ବହୁ ଅବସର ବାଦୀ ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ ଜୀବନ ରେ ପ୍ରତିଷ୍ଠା ପାଇଁ ଏକ ରୁ ଅନେକ ଚରିତ୍ର ଦୈନିକ ଖବକାଗଜ ରେ ନିଜ କୃତୀ ପ୍ରତିଦ୍ବନ୍ଦିତାରେ ବହୁ ଆଗରେ କିନ୍ତୁ ପ୍ରାଚୀନ ବୁଢ଼ୀ ଠାକୁରାଣୀ ମନ୍ଦିର ପାଇଁ ଏହି ଦ୍ବୈତ ଚରିତ୍ର ଙ୍କ ସ୍ୱର ନୀରବ ସାଜିଥିବା ଏହା ମଧ୍ୟ ଏକ ବିସ୍ମୟ..।

nis-ad
Leave A Reply

Your email address will not be published.