ମାଟ୍ରିକ ପରୀକ୍ଷା ସରିବା ଖୁସିରେ ଡିଜେ ବଜାଇ ନାଚିଲେ ଛାତ୍ର

ଦିଗପହଣ୍ଡି :ଗୁଆ ଘିଅ ଗୀତରେ ନାଚ । ସ୍କୁଲ ଛାତ୍ର ଙ୍କର ଡିଜେ ସାଉଣ୍ଡର ତାଳେ ତାଳେ ନାଚିଲେ ପିଲାମାନେ । ମାଟ୍ରିକ ପରୀକ୍ଷା ସରିବା ଖୁସିରେ ନାଚିଲେ ପିଲା । ପିଲାଙ୍କ ନାଚର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଗପହଣ୍ଡି ବ୍ଲକ ବୋମକେଇ ଅଂଚଳର ଶିବାନନ୍ଦ ହାଇସ୍କୁଲ । ପରୀକ୍ଷା ସରିବା ପରେ ଆସିଥିଲା ଡିଜେ ।

ରାସ୍ତାରେ ପିଲାମାନଙ୍କର ଡ୍ୟାନ୍ସ ଆରମ୍ଭ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ରାସ୍ତାରେ ପିଲାମାନେ ନିଜର ୟୁନିଫର୍ମ ବାହାର କରି ଗୀତର ତୀଳେ ତାଳେ ଧୂଳି ଉଡା ଡ୍ୟାନ୍ସ କରୁଥିଲେ । ଏପରି ଦୃଶ୍ୟ ଆଗରୁ କେବେବି ଦେଖିବାକୁ ମିଳି ନ ଥିଲା । ତେବେ ଛାତ୍ର ମାନଙ୍କର ନୃତ୍ୟର ଦୃଶ୍ୟ ଦେଖିବା ପରେ ଶିକ୍ଷାଗ୍ରହଣ ର ତରିକା ଏବଂ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ଠାରୁ ସେ କିପରି ଶିକ୍ଷା ଗ୍ରହଣ କରୁଥିଲେ ସେ ନେଇ ମଧ୍ୟ ଆଲୋଚନା ହେଉଛି । ଡିଜେ ଗୀତର ଶୋଭାଯାତ୍ରା ପୁରା ଗାଁ ବୁଲିଥିଲା । ପରୀକ୍ଷା ସରିବା ଖୁସିରେ ସ୍କୁଲ ଛାତ୍ର ମାନଙ୍କର ନୃତ୍ୟ ସାଧାରଣ ରେ ଉଦବେଗର ବିଷୟ ହୋଇଛି । ଆଜି ବୋମକେଇ ଗ୍ରାମ ହାଇସ୍କୁଲ ନିକଟରେ ପୂର୍ବ ପ୍ରସ୍ତୁତି ମୁତାବକ ପରୀକ୍ଷା ସରିବା କ୍ଷଣି ସ୍କୁଲ ନିକଟରେ ଡିଜେ ପହଁଚି ଯାଇଥିଲା ।ବାସ୍ ପରୀକ୍ଷା ହଲ୍ ରୁ ବାହାରିବା ମାତ୍ରେ ଛାତ୍ରମାନେ ଆରମ୍ଭ କରିଦେଇଥିଲେ ଡ୍ୟାନ୍ସ । ପିଲା ମାନେ ଡ୍ୟାନ୍ସ ଆରମ୍ଭ କରିବା ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଗୀତର ତାଳେ ତାଳେ ଅନେକ ଛାତ୍ର ନିଜର ସାର୍ଟ ଫୋପାଡି ଏହାରି ଉପରେ ନାଚିଥିଲେ । ତେବେ ଛାତ୍ର ମାନଙ୍କର ଏହି ଉଦଣ୍ଡ ନାଚ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଙ୍ଗୁଳି ଉଠାଇଛି ।

nis-ad
Leave A Reply

Your email address will not be published.