କେରଳ ଏବେ ଇସଲାମିକ ଆତଙ୍କବାଦର ଏନ୍ତୁଡିଶାଳ: ଜେପି ନଡ୍ଡା

କୋଝିକୋଡ଼: କେରଳରେ କ୍ଷମତାସୀନ ବାମପନ୍ଥୀ ସରକାର ଇସଲାମିକ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଭିଯୋଗ କରିଛନ୍ତି। ଏଥିସହ କେରଳ ବାମପନ୍ଥୀ ସରକାରଙ୍କ ଶାସନ କାଳରେ ଇସଲାମିକ ଆତଙ୍କବାଦର ଏନ୍ତୁଡିଶାଳ ହୋଇଗଲାଣି ବୋଲି ସେ କହିଛନ୍ତି।
କେରଳର କୋଝିକୋଡ଼ରେ ବିଜେପି ପକ୍ଷରୁ ଆୟୋଜିତ ରାଲିକୁ ସମ୍ବୋଧନ କରି ନଡ୍ଡା କହିଛନ୍ତି, ସିପିଆଇ(ଏମ) ନେତୃତ୍ୱାଧୀନ ଏଲଡିଏଫ ସରକାର ସବୁବେଳେ ସମାଜର ସବୁ ବର୍ଗର ଲୋକଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବା ଦାବି କରି ଆସୁଛି। କିନ୍ତୁ ବାସ୍ତବରେ ସେମାନଙ୍କ ନୀତି ମିଥ୍ୟା ଧର୍ମନିରପେକ୍ଷ ଉପରେ ଆଧାରିତ। ସେମାନେ ସମାଜର କେବଳ ଗୋଟିଏ ଗୋଷ୍ଠୀକୁ ସ୍ୱତନ୍ତ୍ର ସେବା ପ୍ରଦାନ କରୁଛନ୍ତି।
ଅନ୍ୟ ଗୋଷ୍ଠୀଙ୍କୁ ଅଲଗା ନଜରରେ ଦେଖୁଛନ୍ତି। ବାମପନ୍ଥୀ ସରକାର ଇସଲାମିକ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି। ଇସଲାମିକ ଆତଙ୍କବାଦ ସିପିଆଇ (ଏମ) ସରକାର ଅଧୀନରେ ସବୁ ପ୍ରକାରର ସୁରକ୍ଷା ପାଉଛି। କେରଳ ଏବେ ଇସଲାମିକ ଆତଙ୍କବାଦର ଏନ୍ତୁଡିଶାଳ ସାଜିଛି।
କେରଳର ଅଧିକାଂଶ ଲୋକ ଅସହଜ ଅନୁଭବ କରୁଛନ୍ତି। ଏବେ ରାଜ୍ୟରେ ହେଉଥିବା ଭୌଗଳିକ ପରିବର୍ତ୍ତନ ସେମାନଙ୍କୁ ଅଶାନ୍ତିର ବାତାବରଣ ମଧ୍ୟକୁ ଠେଲି ଦେଇଛି। ଧର୍ମଗୁରୁମାନେ, ବିଶେଷ କରି ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଇ ଛାଲିଛନ୍ତି। ସେମାନେ ନାକ୍ରୋଟି ଜିହାଦ କଥା ମଧ୍ୟ ଉଠାଇଥିବା ଶ୍ରୀ ନଡ୍ଡା କହିଛନ୍ତି।
ଶ୍ରୀ ନଡ୍ଡା ୧୫ ବର୍ଷର ବାମପନ୍ଥୀ ସରକାରର ଶାସନ ମଧ୍ୟରେ କେରଳରେ ଘଟିଥିବା ରାଜନୀତିକ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେବା ସହ ରାଜ୍ୟରେ କ୍ରମାଗତ ଭାବେ ହିଂସା ବଢ଼ି ଚାଲିଥିବା କଥା ମଧ୍ୟ କହିଛନ୍ତି।

nis-ad
Leave A Reply

Your email address will not be published.