ନିର୍ବାଚିତ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ ଗୁରୁମନ୍ତ୍ର, ୫ ଟି ଆଧାରରେ ଖଲ୍ଲିକୋଟ ସହରର ବିକାଶକୁ ତ୍ୱରାନ୍ବିତ କର

ଖଲ୍ଲିକୋଟ (୬/୫) : ରାଜ୍ୟ ସରକାରଙ୍କ ମୋ ସରକାର ଓ ୫ ଟି ଆଧାର ରେ ସହର ର ସମସ୍ତ ବିକାଶ କୁ ତ୍ୱରାନ୍ବିତ କରିବା ପାଇଁ ଶୁକ୍ରବାର ଦିନ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ଆୟୋଜିତ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ kulange ଗୁରୁମନ୍ତ୍ର ଦେଇଥିବା ଜଣାପଡିଛି l ଖଲ୍ଲିକୋଟ ସ୍ଥିତ ମରଦରାଜ କଲ୍ୟାଣ ମଣ୍ଡପ ପରିସର ରେ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଶ୍ରୀ kulange ସହର ରେ ସ୍ୱଚ୍ଛତା ,ପରିମଳ ,ବୃକ୍ଷ ରୋପଣ ଓ ସମସ୍ତ ପୁଷ୍କରିଣୀ କୁ ସଫାସୁତରା ରଖିବା ଓ ସହର ସମସ୍ତ ବ୍ୟବସାୟୀ ମାନେ ଦୋକାନ ଆଗରେ ଡଷ୍ଟବିନ ରଖିବା ଓ ପରିବା ବେପାରୀ ମାନେ ଦୋକାନ ଆଗରେ ବର୍ଜ୍ୟ ବସ୍ତୁ ଜମା କୁ ରୋକିବା ,ସର୍ବୋପରି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କୁ ରୋକିବା ସମେତ ଘରୁ ବାହାରୁଥିବା ଶୌଚାଳୟ ର ମଇଳା କୁ ଡ଼୍ରେନରେ ନ ଛାଡି ସେପ୍ଟି ପିଟ୍ ରେ ରଖିବା ଓ ଘର ମଇଳା କୁ ରାସ୍ତା ଓ ଏଣେ ତେଣେ ନ ଫୋପାଡ଼ି ସଫାଇ କର୍ମଚାରୀଙ୍କ ଗାଡି ରେ ଜମା ଦେବା ଭଳି କାର୍ଯ୍ୟ ସମ୍ପାଦନ କରିବା ରେ ନିର୍ବାଚିତ କାଉନ୍ସିଲ୍ର ମାନଙ୍କ ଗୁରୁ ଦାୟିତ୍ୱ ରହିଛି l ପ୍ରତ୍ୟଏକ ୱାର୍ଡ ମୋ ୱାର୍ଡ କମିଟି ବୈଠକ କୁ ନିୟମିତ ଡକାଇ ୱାର୍ଡ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ କରିବା କୁ ପରାମର୍ଶ ଦେଇଥିଲେ l ରୂପାନ୍ତରୀ କରଣ ଓ ଟିମ ୱାର୍କ ସମୟସୀମା ଓ ସହର ରେ ଥିବା ଭିତିଭୂମି ଓ ବୈଷୟିକ ଉପରେ ଧ୍ୟାନ ଦେଇ ସହର କୁ ସୌନ୍ଦର୍ଯ୍ୟ କରିବା ପାଇଁ ଉପସ୍ଥିତ କାଉନ୍ସିଲ୍ର ଓ ମହିଳା ଗୋଷ୍ଠି ,ସ୍ୱଚ୍ଛ ସାଥି ମାନଙ୍କ ସହଯୋଗ କାମନା କରିଥିଲେ l କାରଣ ଖଲ୍ଲିକୋଟ ଏକ ସବୁଜ ବନାନୀ ପରିବେଷ୍ଟିତ ମନ୍ଦିର ମାଳିନୀ ଐତିହାସିକ ସହର ତେଣୁ ସହରକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ଏନ ଏ ସି ନଗରପାଳ ଇଂ .ନିରଞ୍ଜନ ବେହେରା ,ଛତ୍ରପୁର ଉପ – ଜିଲ୍ଲାପାଳ ନୀଳମାଧଵ ଭୋଇ ,ପ୍ରକଳ୍ପ ଅଧିକାରୀ DUDA ସଚ୍ଚିଦାନନ୍ଦ ନାୟକ ଓ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ତହସିଲଦାର ରାଜ କିଶୋର ପଟନାୟକ ଓ ବ୍ଲକ ସହକାରୀ ଯନ୍ତ୍ରୀ ଛନ୍ଦାଶ୍ରୀ ନାୟକ ଉପ – ନଗରପାଳ ଲିଲି ସାହୁ ଙ୍କ ସମେତ ଏନ ଏ ସି ଓ ବ୍ଲକ ର ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଏନ ଏ ସି ର ସମସ୍ତ କାଉନ୍ସିଲ୍ର ମାନେ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.