ଜାତୀୟ ରୋଲର ଗେମ୍ସ-2022ରେ ବ୍ରହ୍ମପୁର କମାପଲ୍ଲୀସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀର ସ୍କେଟରମାନଙ୍କ ବ୍ରୋଞ୍ଜ ପଦକ ହାସଲ

ବ୍ରହ୍ମପୁର : ଅପ୍ରେଲ ମାସ 21 ତାରିଖଠାରୁ 30 ତାରିଖ ଦୀର୍ଘ 10 ଦିନ ଧରି ପଞ୍ଜାବର ମୋହାଲିଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଜାତୀୟ ରୋଲର ଗେମ୍ସ-2022ରେ ବ୍ରହ୍ମପୁର ସହରର କମାପଲ୍ଲୀସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀର 4 ଜଣ ସ୍କେଟର ଭାଗନେଇଥିଲେ । ଏଥିରେ ରୋଲର ଡରବୀରେ ତିନି ଜଣ ସ୍କେଟର ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ପ୍ରତିଯୋଗୀତା ସରିବା ପରେ ଗତ କାଲି ସ୍କେଟରମାନେ ବ୍ରହ୍ମପୁର ସହରରେ ପହଞ୍ଚିଥିଲେ । ଆଜି କମାପଲ୍ଲୀସ୍ଥିତ ଏକାଡେମୀ ତଥା ସଙ୍କଳ୍ପ ସ୍କୁଲ ପରିସରରେ ସଂଧ୍ୟାରେ ସଫଳତା ପାଇଥିବା ସ୍କେଟର ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନର ସଭାପତି ଅଶୋକ ସାହୁ, ଓ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ତୁମ୍ୱନାଥ ପଣ୍ଡା ଯୋଗ ଦେଇ କୃତି ସ୍କେଟର ମାନଙ୍କୁ ଜାତୀୟ ସ୍ତରରେ ସଫଳତା ପାଇଁ ଧନ୍ୟବାଦ ଦେବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଦିତ କରିଥିଲେ । ଏହା ସହ ଏକାଡେମୀର ସମସ୍ତ ସ୍କେଟର ଓ ଅଭିଭାବକମାନଙ୍କୁ ନିଜ ନିଜ ପିଲାଙ୍କୁ ଖେଳ ପ୍ରତି ଆଗ୍ରହ ଓ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରି ସଫଳତା ହାସଲ କରୁଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ଅତିଥିମାନେ । ସୂଚନା ଅନୁଯାୟୀ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ନ୍ୟାସନାଲ ଗେମରେ ଓଡ଼ିଶାରୁ ଓଡ଼ିଶା ସ୍କେଟିଂ ଆସୋସିଏସନ ପକ୍ଷରୁ 25 ଜଣ ସ୍କେଟର ଅଂଶ ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ସହରରୁ ଜୁନିଅର ବର୍ଗର ଇନ-ଲାଇନ ରୋଲର ସ୍କେଟିଂରେ ହରେକ୍ରିଷ୍ଣା ପାତ୍ର ଓ ରୋଲର ଡରବୀରେ ସମୀକ୍ଷା ନାୟକ, ଶ୍ରଦ୍ଧା ପ୍ରିୟଦର୍ଶନୀ ଓ ସ୍ୱସ୍ତିକା ପଣ୍ଡା ଅଂଶ ଗ୍ରହଣ କରିଥିଲେ । ରୋଲର ଡରବୀରେ ଓଡିଶା ଦଳ ପକ୍ଷରୁ 7 ଜଣ ସ୍କେଟର ଭାଗ ନେଇଥିବା ବେଳେ ଦଳଗତ ଭାବେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏହି କ୍ରମରେ ବ୍ରହ୍ମପୁରର ତିନି ଜଣ ସ୍କେଟରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଆଜିରେ ଏହି ସମ୍ୱର୍ଦ୍ଧନା ଉତ୍ସବରେ ଏକାଡେମୀର ପରିଚାଳକ ତଥା କୋଚ୍ ଶ୍ରୀମନ୍ତ ପାଢୀଙ୍କ ସହ ବହୁ ସ୍କେଟର ଓ ଅଭିବାବକ ମାନେ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.