ପାହାଡିଆ ଓ ଘାଟି ଅଞ୍ଚଳ ତାଗାବେଡା ଗ୍ରାମକୁ ରାସ୍ତା ନିର୍ମାଣ

ମାଲକାନଗିରି ଖଇରପୁଟ (୫/୦୫),ତା-୦୫/୦୫/୨୦୨୨ ରିଖ, ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପ°ଚାୟତ ର ପାହାଡିଆ ଘାଟି ଅ°ଚଳ ତାଗାବେଡା ଗାଁ । ଭାରତ ସ୍ୱାଧିନ ହେବାର ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଗାଁକୁ ପକ୍କା ରାସ୍ତାଟିଏ ନଥିଲା, ଥିଲା ଏକ ପାଦଚଲା ଅ°କାବ°କା ପାହାଡିଆ ରାସ୍ତା । ବର୍ତ୍ତମାନ ସ୍ଥାନୀୟ ବ°ଡା ଉନ୍ନୟନ ନିଗମ ଓ ବ୍ଲକ ପ୍ରଶାସନ ର ମିଳିତ ସହଯୋଗରେ ଓପେଲିପି ମାଧ୍ୟମରେ ରାସବେଡା ର ପୋଲକାଗୁଡା ଠାରୁ ପାଖାପାଖି ୮ କିଲୋମିଟର ଘାଟିରାସ୍ତା କଟାଯାଇ ତାଗାବେଡା ଗାଁକୁ ସ°ଯୋଗ କରାଯାଇଛି, ଯାହା ଫଳରେ ତାଗାବେଡା ଗାଁ ଲୋକ°କ କଷ୍ଟ ଦୂର ହେବା ସହିତ ବହୁତ ଦିନର ସ୍ୱପ୍ନ ବାସ୍ତବ ରୁପ ନେଇଛି । ଆଜି ବ୍ଲକ ପ୍ରଶାସନ ଓ ବଣ୍ଡା ନିଗମ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, BDO ହୃଦା ରଞ୍ଜନ ସାହୁ, ମାଡକାପଦର ସମିତି ସଭ୍ୟ ଅକ୍ଷୟ ରଞନ ପା°ଗୀ,ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମୁରୁମୁ ଓ ସ୍ୱାତିକା ପାଣିଗ୍ରାହୀ ପ୍ରମୁଖ ବୋଲେରୋ ଗାଡି ଯୋଗେ ଉକ୍ତ ଗ୍ରାମରେ ପହଁଚିଥିଲେ ,ଯେଉଁଠି ଗାଁ ଲୋକେ ସ୍ୱାଗତ ସତ୍କାର କରିଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ ଏଥିରେ ଖୁସିବ୍ୟକ୍ତ କରିବା ସହ କହିଛନ୍ତି ଯେ ଆଗରୁ ସେମାନେ କୈଣସି କାର୍ଯ୍ୟରେ ଖଇରପୁଟ ଯିବାକୁ ହେଲେ ପାଖାପାଖି ୪୦ କିଲୋମିଟର ରୁ ଅଧିକ ଘାଟିରାସ୍ତାରେ ବୁଲି ବୁଲି ଯିବାକୁ ପଡୁଥିଲା ଓ ବର୍ତ୍ତମାନ ଏହି ରାସ୍ତା ନିର୍ମାଣ ଫଳରେ କେବଳ ୧୦ କିଲୋମିଟର ଅତିକ୍ରମ କରି ସେମାନେ ବ୍ଲକ ସଦର ମହକୁମାରେ ପହଞ୍ଚି ସମସ୍ତ ସରକାରୀ ସୁବିଧା ପାଇ ପାରୁଛନ୍ତି ।

nis-ad
Leave A Reply

Your email address will not be published.