ନନ୍ଦପୁର ଥାନା ଇନସ୍ପେକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ତହସିଲ ହାଟଶୁକୁରେ ପୁଲିସ ଉପରେ ରବିବାରଦିନ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।

ଚିନାମାଟି ଖଣି ଅଂଚଳକୁ ପୁଲିସ ଗସ୍ତ କରିଥିବାବେଳେ ଲୋକେ ତାହାର ପ୍ରବଳ ବିରୋଧ କରିଥିଲେ । କିଛି ଲୋକ ନନ୍ଦପୁର ଥାନା ଇନସପେକ୍ଟରଙ୍କୁ ଧକ୍କାମାରି ଗାତକୁ ଠେଲି ଦେଇଥିଲେ ।

ପୁଲିସକୁ ଆକ୍ରମଣ ଅଭିଯୋଗରେ ୨ ଜଣକୁ ଅଟକ ରଖି ଜେରା କରୁଛି ନନ୍ଦପୁର ପୁଲିସ । ପୁଲିସ ଉପରେ ଆକ୍ରମଣରେ ସଂପୃକ୍ତ ଲୋକମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ କହିଛନ୍ତି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ।

ନନ୍ଦପୁର ଥାନା ଲମତାପୁଟ ତହସିଲ ଅଧିନରେ ଥିବା ଚିନାମାଟି ଖଣି ଖନନକୁ ନେଇ ୩ ଖଣ୍ଡ ଗାଁର ଲୋକମାନେ ବିରୋଧ କରି ଆସୁଛନ୍ତି । ଏଥିପାଇଁ ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ଦୀର୍ଘ ଦିନଧରି ବିରୋଧ କରାଯାଉଛି ।

nis-ad
Leave A Reply

Your email address will not be published.