ବଜ୍ରପାତରେ ତିନି ମଇଁଷି ମୃତ


ଚିକିଟି : ଚିକିଟି ବ୍ଲକ ରାମଚନ୍ଦ୍ରପୁର ପୋଖରୀ ନିକଟରେ ମଇଁଷି ପଲ ସୋଇଥିଲା ସମୟରେ ରବିବାର ବଜ୍ରପାତ ଘଟିଥିଲା । ଏଥିରେ ତିନିଟି ମଇଁଷି ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୋମବାର ପ୍ରାଣୀଧନ ବିଭାଗ ପଶୁ ଡାକ୍ତର ସୁଦାମ ପ୍ରଧାନ ଘଟଣା ସ୍ଥଳ ରେ ପହଂଚି ଅନୁସନ୍ଧାନ କରିଛନ୍ତି । ପରେ ମଇଁଷି ଗୁଡିକ ର ପ୍ରାଣୀଧନ ବିଭାଗ ଦ୍ଵାରା ପୋଷ୍ଟ ମୋର୍ଟାମ କରାଯାଇଛି। ପରିବାର ପ୍ରତିପୋଷଣ ର ଏକ ମାତ୍ର ଉପାୟ ଏହି ଜନ୍ତୁ ହୋଇଥିବା ବେଳେ କ୍ଷତି ପୂରଣ ପାଇଁ ସରକାରୀ ସାହାଯ୍ୟ ଲୋଡିଛନ୍ତି ମାଲିକ ସୁଶାନ୍ତ ଗୌଡ଼(କାଳିଆ)।

nis-ad
Leave A Reply

Your email address will not be published.