ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ ଓ ଦହିପଣା ବଣ୍ଟନ

ରାଜସୁନାଖଳା (୦୨/୦୫) : ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଂଚାୟତ ସ୍ଥିତ ବିନୋଦପଡା ଗ୍ରାମର ଜାତୀୟ ରାଜପଥ ମୁଖ୍ୟ ସଡ଼କ ପାର୍ଶ୍ଵରେ ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ ପକ୍ଷରୁ ମଇ ୦୨ ତାରିଖ ଦିନ ଜଳଛତ୍ରର ଶୁଭାରମ୍ଭ ଓ ଦହିପଣା ବଣ୍ଟନ ହୋଇଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ର କେନ୍ଦ୍ରରେ ଦହିପାଣି ଓ ବିଶୁଦ୍ଧ ଥଣ୍ଡା ପାଣି ବଣ୍ଟନର ଶୁଭାରମ୍ଭ କରି ଉଦଘାଟନ କରିଥିଲେ। ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଆଇନଜୀବି ରାଜିବ ଲୋଚନ ପ୍ରଧାନ ତତ୍ତ୍ୱାବଧାନରେ ଏବଂ ନରେନ୍ଦ୍ରପୁର ଗ୍ରା:ପ ସରପଞ୍ଚ ତ୍ରିନାଥ ରାଉତଙ୍କ ନେତୃତ୍ୱରେ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗ୍ରୀଷ୍ମ ଋତୁରେ ପ୍ରଥମ ଦିନ ଦହିପଣା ବଣ୍ଟନ ସହ ପ୍ରତିଦିନ ଜଳଛତ୍ର ଏହିପରି କାର୍ଯ୍ୟକ୍ରମ ଚାଲୁରହିବ। ଜଳଛତ୍ର ଓ ଦହିପଣା ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, କୁଲାଶର ବିଜେଡି ସଭାପତି ରାମକୃଷ୍ଣ ପଟ୍ଟନାୟକ,ଲୋଧାଚୁଆ ସମିତିସଭ୍ୟ ମୀନକେତନ ନାୟକ,ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ,ସନ୍ତୋଷ କୁମାର ସାହୁ,ସୁଚିତ୍ରା ବେହେରା,କୃଷ୍ଣ ଚନ୍ଦ୍ର ଦାଶ, ଅଶୋକ ପ୍ରଧାନ, ଆଶିଷ ପ୍ରହରାଜ,ଭାସ୍କର ସେଠୀ, ସନ୍ତୋଷ ପ୍ରଧାନ, ରତ୍ନାକର ରାଉତ,ବିଲି ପଟ୍ଟନାୟକ ପ୍ରମୁଖ ସମେତ କାଉନସିଲର, ପଞ୍ଚାୟତ ପ୍ରତିନିଧି ଓ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ଓ ପରବର୍ତ୍ତୀ କାର୍ଯ୍ୟକ୍ରମରେ ରାଜସୁନାଖଳା ଜୋନ ଯୁବ ବିଜେଡି ସାଂଗଠନିକ ବୈଠକ ସହ ନୂତନ ବିଜୁ ଯୁବ ଜନତା ଦଳ କାର୍ଯ୍ୟଳୟ ଉଦଘାଟିତ ହୋଇଯାଇଅଛି l

nis-ad
Leave A Reply

Your email address will not be published.