ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ


ବ୍ରହ୍ମପୁର : ଗତକାଲି ମଧ୍ୟରାତିରେ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ମହାଙ୍କୁଡ଼ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। ପ୍ରାୟ ରାତ୍ରି ୧୨ ସମୟରେ ବ୍ରହ୍ମପୁର ମହାନଗର ନିଗମ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ମହାଙ୍କଡ଼ ନିଜ ବ୍ୟବସାୟିକ କାର୍ଯ୍ୟ ସାରି ସାଇ ନଗର ସ୍ଥିତ ନିଜ ବାସଭବନ କୁ ଫେରିବା ସମୟରେ ଗୋବିନ୍ଦ ବିହାର ୨ୟ ଗଳି ଠାରେ ଦୁଇଜଣ ଅସାମାଜିକ ଯୁବକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ସେ ନିଜର ମୋଟର ସାଇକେଲ ରେ ଫେରୁଥିବା ବେଳେ ପଛପଟୁ ତାଙ୍କୁ ଟାଣି ତଳେ ପକାଇ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ମନେ।ଏହା ସହିତ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥବା ଜଣାପଡିଛି।ସେ ସେଠାରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଏମ କେ ସିଜି ବଡ଼ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ।ଏନେଇ ସଦର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଖବର ପାଇ ବ୍ରହ୍ମପୁର ବିଜେପି ବିଧାନସଭା ପ୍ରାର୍ଥୀ ଶ୍ରୀ କାହ୍ନୁ ଚରଣ ପତି ମହାନଗର ନିଗମ ର ୨୧ ଓ ୨୨ ନମ୍ବର ୱାର୍ଡ କର୍ପୋରେଟର ଡି. କରୁଣାକର ଓ ପ୍ରଦୀପ ଶତପଥୀ ପ୍ରମୁଖ ଆହତ ଆନନ୍ଦ ମହାଙ୍କୁଡ଼ ଙ୍କ ବାସଭବନ କୁ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତବ୍ରହ୍ମପୁର ଏସପି ଏବଂ ସଦର ଥାନା ଅଧିକାରୀ ଙ୍କ ସହ ଫୋନ ଯୋଗେ ଦୋଷୀଙ୍କୁ ଶୀଘ୍ର ଗିରଫ୍ ଓ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବୀ ଜଣାଇଥିଲେ | ପ୍ରକାଶ ଥାଉ କି ୨୬ ମାର୍ଚ ରେ ପରିଣାମ ଆସିବା ପରେ ୧୪ ନମ୍ବର ୱାର୍ଡ ବିଜେପି ବ୍ରହ୍ମପୁରପ୍ରାର୍ଥୀନୀ ଙ୍କ ବ୍ରିଟ୍ କଲୋନୀ ସ୍ଥିତ ଘର ସାମ୍ନାରେ ହିଂସାକାଣ୍ଡ ଘଟିଥିଲା | ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡ କୁ ତୀବ୍ର ନିନ୍ଦା କରିଛନ୍ତି ଶ୍ରୀ ପତି।

nis-ad
Leave A Reply

Your email address will not be published.