ସ୍ବାର୍ଥ ଓ ସର୍ତ୍ତ ରୁ ଉର୍ଦ୍ଧ୍ବ ରେ ରହି ଥିବା ଶ୍ରମିକ ସମ୍ପର୍କ ରେ ପଦେ…..

ମେ ଏକ ତାରିଖ ଶ୍ରମିକ ଦିବସ ପାଳନ ପାଇଁ ଗାଁ ରୁ ସହର ପ୍ରସ୍ତୁତ। ଆଜି କାଲି ସାମାଜିକ ଗଣ ମାଧ୍ୟମ ରେ ଯେ କୌଣସି ପର୍ବ ଉତ୍ସବ ପାଳନ ଅବସର ରେ ଅଭିନନ୍ଦନ ବାର୍ତ୍ତା ର ଅଭାବ ନ ଥାଏ। ଛପା ଗଣ ମାଧ୍ୟମ ରେ ସରକାର ଙ୍କ ସନ୍ଦେଶ ଗୁଡିକ ମଧ୍ୟ ମନ ଛୁଇଁ ଯାଏ। ତେବେ ଶ୍ରମିକ ଦିବସ ପାଳନ ଅବସରରେ ଅଭିନନ୍ଦନ ବାର୍ତ୍ତା ବହନକରି ରଙ୍ଗୀନ୍ ଅକ୍ଷର ରେ ପ୍ରକାଶ ପାଇବ ଶ୍ରମିକ ଦିବସ ର ଏକ ରୁ ଅନେକ ଅନେକ ଶୁଭେଚ୍ଛା। ଆଜି ଆମ ବିଚାର ରେ ଶ୍ରମିକ ମାନଙ୍କୁ ଏହି ଉତ୍ସବ ସ୍ମରଣୀୟ କରିବା ପାଇଁ କ୍ଷୁଦ୍ର ଆଲେଖ୍ୟ ପ୍ରସ୍ତୁତ କରି ଭେଟି ଦେଉଚୁ। ଶ୍ରମିକ ର ଅବଦାନ କୁ ମାନବ ଜାତି ଭୁଲିଯିବା ଉଚିତ ନୁହେଁ। ଗାଁ ନଗର ମହାନଗର ରାଷ୍ଟ୍ର ଗଢ଼ିବା ପାଇଁ ଶ୍ରମିକ ମାନଙ୍କ ଯୋଗଦାନ ଶୀର୍ଷ ରେ କାରଣ ଏହି ମାନଙ୍କ ଲହୁ ଲୁହ ରେ ବିକାଶ ଚିତ୍ର। ଶ୍ରମିକ ଜୀବନ ର କଥା ଓ ବ୍ୟଥା ଲେଖି ଦେଲେ ଗ୍ରନ୍ଥ ର ପୃଷ୍ଠା ନିଅଣ୍ଟ ହେବ।

ଶ୍ରମିକ ଭାଇରେ ଲାଗି ପଡ ନିଆଁ ବର୍ଷା କୁ ନାହିଁ ଡର ଏ ଉକ୍ତି ରେ ରହିଛି ଏକ ଶ୍ରମିକ ଜୀବନ ର ବେଦନା। ଏହି ଶ୍ରମିକ ରାସ୍ତା ରୁ ନଭ ଶ୍ଚୁମ୍ବି ଅଟ୍ଟାଳିକା ଔଷଧ ଶିଳ୍ପ ରୁ ନେଇ ଖାଦ୍ୟ ପ୍ରସ୍ତୁତି ସଂସ୍ଥା ରେଳ ପଥ ରୁ ନେଇ ଜଳ ପଥ , ଦୋକାନ ବଜାର ରୁ ନେଇ ବଡ଼ ବଡ଼ ଜାହାଜ ରେ ଦୈନିକ ଝାଳ ବାହାର କରି ଜୀବନ ଓ ଜୀବିକାର ସଂଘର୍ଷ କରେ। ଶ୍ରମିକ ଜୀବନ ପାଇଁ ରାତି ଦିନ ଖରା ବର୍ଷା ଶୀତ କାଳ ସବୁ ସମାନ। ତାର ପରିବାର ର ସୁଖ କୁ ପଛରେ ପକାଇ ଦୁନିଆ କୁ ଆଗକୁ ବଢ଼ାଇବା ପାଇଁ ପ୍ରୟାସ କରି ଆସୁଥିବା ମଣିଷ ଶ୍ରମିକ। କୋଟି କୋଟି ଶ୍ରମିକ ମାନେ ଶିଳ୍ପ ରାସ୍ତା କୋଠା ଓ ଭିତ୍ତିଭୂମି ବିକାଶ ପାଇଁ ପ୍ରଥମ ସ୍ପର୍ଶ ଦେଇ ଆସୁଛନ୍ତି। ଶ୍ରମିକ ର ଉପସ୍ଥିତି ଓ ସହଯୋଗ ବିନା କୌଣସି କାର୍ଯ୍ୟ ଆରମ୍ଭ ହୁଏ ନାହିଁ। ଆଜି ଗଣ ମାଧ୍ୟମ ରେ ଯେଉଁ ସବୁ ଉନ୍ନତି ପ୍ରଗତି ଚିତ୍ର ସବୁ ଦେଖି ଆନନ୍ଦ ପାଉ ଏହା ପଛ ରେ ଶ୍ରମିକ ଅବଦାନ ସ୍ମରଣୀୟ

ସରକାରୀ ବ୍ୟବସ୍ଥା ରେ ଶ୍ରମିକ ଅବଦାନ ପାଇଁ କି ମୂଲ୍ୟ ଦେବ। ଶ୍ରମିକ ମାନେ ବଡ଼ ସାହସୀ। ଆଜି ତାଙ୍କ ଜୀବନ କାଳ ମଧ୍ୟରେ ଅର୍ଥ ଉପାର୍ଜନ କରିବା ଓ ଅନ୍ୟ ପରି ସମୃଦ୍ଧ ଜୀବନ ଉପଭୋଗ କରିବା ତା କପାଳ ରେ କଣ ଲେଖା ହୋଇଛି। ପ୍ରଦୂଷଣ ପରିବେଶ ଓ ଅସ୍ୱାସ୍ଥ୍ୟ କର ଅହିତ କର ଜୀବନ ଶୈଳୀ ସହିତ ଅଭ୍ୟସ୍ତ ଶ୍ରମିକ ଜାତିର ଦୁଃଖ ପଢ଼ିବା ଯଦି ଲୁହ ଝରି ଆସିବ। ସରକାର ଙ୍କ ନୀତି ନିୟମ ଓ ଘୋଷଣା କେବଳ ରାଜନୀତି ର ବିଚାର। ନିର୍ବାଚନ ଆସିଲେ ଶ୍ରମିକ ଙ୍କ କଥା ମନେ ପଡେ। ଏମାନଙ୍କ ପାଇଁ ସ୍ଵତନ୍ତ୍ର ପକେଜ୍ ଘୋଷଣା ହୁଏ। ଶ୍ରମିକ ଙ୍କ ନିରୀହ ପଣ ସହିତ ପରିଚିତ୍ ରାଜନେତା ମାନେ ଭଲ ରାଜନୀତି କରି ଖୁସୀ କିନ୍ତୁ ମତଦାନ ସରି ଗଲେ ଶ୍ରମିକ ହୁଏ ପ୍ରବାସୀ। ପ୍ରବାସୀ ଶ୍ରମିକ ଙ୍କ ଦୁଃଖ ଓ ଦୁର୍ଦ୍ଦଶା ଦୈନ୍ୟ ଛବି ସାରା ବିଶ୍ଵ ଦେଖି ଦେଲା ମହାମାରୀ ସମୟରେ। ଏମାନଙ୍କ ଜୀବନ ସଂଘର୍ଷ ବଡ଼ ଦାରୁଣ ଓ ବାସ୍ତବ କାହାଣୀ ବଡ଼ କରୁଣ। ଏ ବିଷୟରେ ସମାଜ ସଚେତନ ରହି ବିଶ୍ଵ ଶ୍ରମିକ ଦିବସ ପାଳନ ଅବସରରେ ତାଙ୍କ ଶ୍ରମ ମୂଲ୍ୟ ବୁଝି ଗଲେ ଶ୍ରମିକ ଦିବସ ପାଳନ ଯଥାର୍ଥ ହେବ। ଶ୍ରମିକ ଙ୍କ ଜୀବନ ବିଜ୍ଞାପନ ର ଉପାଦାନ କରି କେତେ ଦିନ ଶ୍ରମିକ ସହ ଛଳନା କରିବା ଆଜି ଦିନ ରେ ଅନୁଶୀଳନ କରିବାର ଆବଶ୍ୟକ ତାହା ହେଲେ ଶ୍ରମିକ ଦିବସ ପାଳନ ସାର୍ଥକ ହେବ।

nis-ad
Leave A Reply

Your email address will not be published.