ମାଲକାନଗିରି, (୩୦।୪) : ଓଡିଶାରେ ମହିଳା ଶିକ୍ଷା ବର୍ଗରେ ମାଲକାନଗିରିକୁ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ କନକ୍ଲେଭରେ ମାଲକାନଗିରି ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ କନକ୍ଲେଭ ଜାରି ରହିଥିବା ବେଳେ ଏହି ଅବସରରେ ମହିଳାଙ୍କ ବିକାଶ ଓ ଶିକ୍ଷା ବର୍ଗରେ ସବୁଠାରୁ ଅଧିକ ପ୍ରଶଂସନିୟ କାର୍ଯ କରି ସାରା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଜିଲ୍ଲା ଭାବେ ମାଲକାନଗିରିକୁ ଚୟନ କରାଯାଇଛି । ଯେଉଁଥି ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ ଜାରି ରଖିବାକୁ ଉପଦେଶ ଦେଇଛନ୍ତି । ତେବେ ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଓ ବିଶେଷ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶିତା ପାଇଁ ଜିଲ୍ଲା ଆଜି ଏହି ପୁରସ୍କାର ପାଇ ପରିଥିବା କହି ମୁଖ୍ୟ ମନ୍ତ୍ରୀଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ସିଂ ।
Sign in
Sign in
Recover your password.
A password will be e-mailed to you.
Prev Post