ଅଙ୍ଗ୍‌ ସାନ୍‌ ସୁ କି’ଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କଲେ ମିଆଁମାର୍‌ର ସାମରିକ ଅଦାଲତ

ନୂଆଦିଲ୍ଲୀ: ଆଜି ସାମରିକ ଶାସନାଧୀନ ମିଆଁମାରର ରାଜଧାନୀ ନେପିୟିଦରେ ଏକ ଅଦାଲତ ଦେଶର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ କି’ଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ଫେବ୍ରୁଆରି ମାସରେ ସେନାଦ୍ବାରା ବିତାଡ଼ିତ ୭୬ ବର୍ଷୀୟ ସୁ କି’ଙ୍କୁ ଏବେ ୧୫ ବର୍ଷ ଜେଲ୍‌ ଦଣ୍ଡ ଏବଂ ଜରିମାନାର ସମ୍ମୁଖୀନ ହେବେ।
ନୋବେଲ୍‌ ବିଜୟିନୀ ସୁ କି ୟାଙ୍ଗୋନ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ଫିଓ ମିନ୍‌ ଥେଇନ୍‌ଙ୍କ ଠାରୁ ୧୧.୪ କିଲୋ ସୁନା ଓ ନଗଦ ଅର୍ଥ ମିଶାଇ ସମୁଦାୟ ୬୦୦,୦୦୦ ଡଲାର୍‌ ଗ୍ରହଣ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ନିଜେ ଫିଓ ମିନ୍‌ ଥେଇନ୍‌ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଏବେ ମଧ୍ୟ ସୁ କି’ଙ୍କ ନାଆଁରେ ଅନ୍ୟୂନ ୧୦ଟି ମାମଲା ରହିଛି।
ସମର୍ଥକ ଏବଂ ସ୍ବାଧୀନ ଆଇନଜ୍ଞମାନେ ତାଙ୍କ ସୁ କି’ଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ଆଇନଗତ କାର୍ଯ୍ୟାନୁଷ୍ଠନକୁ ଅବିଚାର ବୋଲି କହୁଛନ୍ତି। ସେମାନେ କହିଛନ୍ତି, ଏମିତି କରି ସୁ କି’ଙ୍କୁ ସକ୍ରିୟ ରାଜନୀତି ଫେରିବାର ବାଟ ବନ୍ଦ କରାଯାଉଛି।
ପୂର୍ବରୁ ଅନ୍ୟାନ୍ୟ ମାମଲାରେ ତାଙ୍କୁ ୬ ବର୍ଷ କରାଦଣ୍ଡା ଦେଶ ହୋଇଛି।
ଉଲ୍ଲେଖନୀୟ, ୨୦୨୦ ସାଧାରଣ ନିର୍ବାଚନରେ ସୁ କି’ଙ୍କ ‘ନ୍ୟାସ୍‌ନାଲ୍‌ ଲିଗ୍‌ ଫର୍‌ ଡେମୋକ୍ରାସି ପାର୍ଟି’ ବିପୁଳ ବିଜୟ ହାସଲ କରିଥିଲା। ମାତ୍ର ୨୦୨୧ ଫେବ୍ରୁଆରି ୧ ତାରିଖରେ ସେନା କ୍ଷମତା ଅକ୍ତିଆର୍‌ କରିବା ପରେ ସାଂସଦମାନଙ୍କୁ ସେମାନଙ୍କ ଆସନରେ ବସାଇ ଦିଆଗଲା ନାହିଁ। ସୁ କି ଏବଂ ତାଙ୍କ ଦଳ ଓ ସରକାରର ଅନେକ ବରିଷ୍ଠ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କଥା ସେନା କହିଥିଲା। କିନ୍ତୁ, ନିର୍ବାଚନରେ ସେଭଳି କୌଣସି ଅନିୟମିତା ହୋଇ ନ ଥିବା କଥା ସ୍ବାଧୀନ ‘ଇଲେକ୍‌ସନ୍‌ ଅବ୍ଜର୍‌ଭର୍‌’ମାନେ କହିଥିଲେ।

nis-ad
Leave A Reply

Your email address will not be published.