ମୋଦିଙ୍କୁ ଚିଠି ଲେଖିଲେ ୧୦୦ ବ୍ୟୁରୋକ୍ରାଟ, ବନ୍ଦ ହେଉ ଘୃଣାର ରାଜନୀତି

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଦେଶରେ ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସମସ୍ତଙ୍କୁ ବ୍ୟଥିତ କରିଛି। ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ବଢ଼ୁଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବ୍ୟୁରୋକ୍ରାଟ । ଏଥିପାଇଁ ପାଖାପାଖି ୧୦୦ ଜଣ ପୂର୍ବତନ ବ୍ୟୁରୋକ୍ରାଟ୍‌ ଏକାଠି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମୂହ ଚିଠି ଲେଖି ଘୃଣା ରାଜନୀତି ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଏହି ବ୍ୟୁରୋକ୍ରାଟଙ୍କ ମଧ୍ୟରେ଼ ପୂର୍ବତନ ଜାତୀୟ ପରାମର୍ଶ ସୁରକ୍ଷା ଦାତା ଶିବ ଶଙ୍କର ମେନନ୍, ପୂର୍ବତନ ବୈଦେଶିକ ସଚିବ ସୁଜାତା ସିଂ, ପୂର୍ବତନ ଗୃହ ସଚିବ ଜିକେ ପିଲାଇ, ଦିଲ୍ଲୀର ପୂର୍ବତନ ଲେ‍ଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରିନ୍ସପାଲ ସଚିବ ଟିକେଏ ନାୟାର ପ୍ରମୁଖ ଅଛନ୍ତି।
ମୋଟ ୧୦୦ ଜଣ ବ୍ୟୁରୋକ୍ରାଟଙ୍କ ମିଳିତ ଦସ୍ତଖତରେ ଏହି ଚିଠି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯାଇଛି। ସମ୍ପ୍ରତି ଅହିଷ୍ଣୁ ରାଜନୈତିକ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ବର୍ତ୍ତମାନର ପରିସ୍ଥତି ସାମାଜିକ ସଦଭାବନାକୁ ଭଙ୍ଗ କରୁଛି ଏବଂ ଦେଶ ଏକ ଭୟଗ୍ରସ୍ତ ପରିସ୍ଥତି ଦେଇ ଗତି କରୁଛି। ଲୋକଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ଆପଣଙ୍କ ଅପୂର୍ବ ନୀରବତା ହିଁ ସାମାଜିକ ଅସ୍ଥିରତାକୁ ଅଧିକ ସକ୍ରିୟ କରୁଛି। ଦେଶରେ ଘୃଣା ସୃଷ୍ଟିକାରୀ ରାଜନୀତି ବନ୍ଦ କରିବାକୁ ଏହି ବ୍ୟୁରୋକ୍ରାଟମାନେ ଅନୁରୋଧ କରିଛନ୍ତି ।
ସେଥିରେ ଆହୁରି ଉଲ୍ଲେଖ ଅଛି ଯେ, ଆମେ ଆପଣଙ୍କ ଅନ୍ତରାତ୍ମାକୁ ନିବେଦନ କରୁଛୁ ଯେ, ଆପଣ ଦେଇଥିବା ସବକା ସାଥ୍‌, ସବକା ବିକାଶ ଏବଂ ସବକା ବିଶ୍ୱାସର ନାରାକୁ ସତ୍ୟ ନିଷ୍ଠ ଭାବେ ବଜାୟ ରଖନ୍ତୁ। ଆମର ପୂର୍ବତନ ସୂରୀମାନଙ୍କର ଅତୁଳନୀୟ ଅବଦାନ ସମ୍ବିଧାନ ପ୍ରତି ବର୍ତ୍ତମାନ ବିପଦ ସୃଷ୍ଟି ହୋଇଥିବା ଉଲ୍ଲେଖ ରହିଛି । ମୁଖ୍ୟତଃ ସଂଖ୍ୟା ଲଘୁଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସା ବଢ଼ୁଥିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ଉଲ୍ଲେଖ ରହିଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ହରିୟାଣା, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ସାମ୍ପ୍ରାଦିକ ଉତ୍ତେଜନା ସୃଷ୍ଟି ହୋଇଛି। ଅଧିକାଂଶ ରାଜ୍ୟରେ ବିଜେପି ହିଁ କ୍ଷମତାରେ ରହିଛି।

nis-ad
Leave A Reply

Your email address will not be published.