ମାଲକାନଗିରି ଜିଲ୍ଲା ବ୍ୟବସାୟୀ ସଙ୍ଘର ପ୍ରଥମ ବାର୍ଷିକ ସମ୍ମିଳନୀ…

ମାଲକାନଗିରି : ଜିଲ୍ଲା ବ୍ୟବସାୟୀ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଜିଲ୍ଲା ତଥା ଜିଲ୍ଲା ବାହରରୁ ବହୁବ୍ୟବସାୟୀ ଯୋଗଦେଇଛନ୍ତି । ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ସ୍ୱଇଛାରେ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଏକାଠି ହୋଇଥିଲେ । ଦୀର୍ଘ ଦିନ ଧରି ଜିଲ୍ଲା ବ୍ୟବସାୟୀ ସଂଗଠନ ପାଇଁ ଚେଷ୍ଟା ଚାଲିଥିବା ବେଳେ ତାହା ଆଜି ପୂରଣ ହୋଇପାରିଛି । ଜିଲ୍ଲା ବ୍ୟବସାୟୀ ସଙ୍ଘ ସଭାପତି ଶ୍ରୀ ସୁରେଶ ସୋମାନୀ ଙ୍କ ଉଦ୍ୟମ ରେ ଅନ୍ୟ ନଗରରେ ଥିବା କିଛି ବ୍ୟବସାୟୀ ଗଣ ଙ୍କ ପ୍ରଚେଷ୍ଟା ରେ ସମସ୍ତ ଛୋଟ, ବଡ଼ ବ୍ୟବସାୟୀ ଓ ଇଣ୍ଡଷ୍ଟ୍ରି ଙ୍କୁ ମିଶାଇ ଏହି ସଙ୍ଗଠନ ଆରମ୍ଭ ହୋଇଥିବା ବେଳେ କୋର କମିଟି ରେ ପ୍ରାୟ୨୫ରୁ ଉର୍ଦ୍ଧ ସଦସ୍ୟ ରହିଛନ୍ତି ।

nis-ad
Leave A Reply

Your email address will not be published.