ମାନସ ସ୍ୱାଇଁ ହତ୍ୟା ମାମଲା, ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଲାଗିଛି ବଡ ଝଟକା । ନିରଞ୍ଜନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭଦ୍ରକ ଜିଲ୍ଲା ଜଜ୍ ।

ସୂଚନା ଅନୁସାରେ, କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୭ ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ନିରଞ୍ଜନ ସେଠୀ ଆଉ ଶର୍ମିଷ୍ଠା ରାଉତ ହେଉଛନ୍ତି ମୁଖ୍ୟ । ତେବେ ଅଭିଯୁକ୍ତ ନିରଞ୍ଜନ ସେଠୀ ଭଦ୍ରକ ଜିଲ୍ଲା ଜଜଙ୍କ ନିକଟରେ ଜାମିନ ଆବେଦନ କରିଥିଲେ ।

ହେଲେ ଜାମିନ ଆ ବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ସେହିପରି କ୍ରାଇମବ୍ରାଞ୍ଚ ସିଡି ଦାଖଲ କରିନଥିବାରୁ ପରମେଶ୍ୱର, ଭାଗ୍ୟବାନ ସାହୁସ, ବିବେକ ଓ କୃଷ୍ଣଙ୍କର ଜାମିନ ଦରନ୍ସ୍‌ର ଶୁଣାଣି ତାରିଖ ଘୁଞ୍ଚିଯାଇଛି ।

nis-ad
Leave A Reply

Your email address will not be published.