ଯେଉଁମାନେ ଟିକା ନେଇ ନାହାନ୍ତି ଶୀଘ୍ର ନେଇ ଯାଆନ୍ତୁ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଦେଶରେ ଦୈନିକ ୨ ହଜାରରୁ ଅଧିକ ଟ୍ରେଣ୍ଡ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି । ଯାହାର ଗୁରୁତର ବା ସିଭିୟରିଟି ଏବେ ଯାଏଁ ଦେଖା ଦେଇନାହିଁ । ରାଜ୍ୟରେ ମାତ୍ର ୮୦ଟି ସକ୍ରିୟ ରୋଗୀ ଅଛନ୍ତି ।

୧୫ଟି ଜିଲ୍ଲାରେ ରୋଗୀ ନାହାନ୍ତି । ଟିକା କରଣ ଆମ ରାଜ୍ୟରେ ଯଥେଷ୍ଟ ହୋଇଥିବାରୁ ରୋଗୀ ସଂଖ୍ୟା ଅଧିକ ନାହଁ । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ନେଇ ଯାଆନ୍ତୁ । ପ୍ରିକସନ ଡୋଜ ବି ନିଅନ୍ତୁ । ଟିକା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଛି । ଏହି ରୋଗର ଭୟାବହତା ଆଉ ରହିବ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

nis-ad
Leave A Reply

Your email address will not be published.