ହାଜତରୁ ଅଭିଯୁକ୍ତ ଫେରାର ଘଟଣା, ଡେଲାଙ୍ଗ ଥାନା ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

ନିମାପଡ଼ା: ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣା । ପୁରୀ ଏସ୍‌ପିଙ୍କ କାର୍ଯ୍ୟାନୁଷ୍ଠା । ଦାୟିତ୍ୱରେ ଥିବା ଏଏସ୍‌ଆଇଙ୍କ ସମେତ କନେଷ୍ଟବଳଙ୍କୁ ନିଲମ୍ବନ କଲେ ପୁରୀ ଏସ୍‌ପି ।

ଖବର ଅନୁଯାୟୀ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ବ୍ରାହ୍ମଣ ତରାବୋଇ ଗାଁରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଏହି ଘଟଣାରେ ଡେଲାଙ୍ଗ ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତ ହେପାଜତରୁ ଫେରାର ହୋଇଥିଲା ।

ଆଉ ଏବେ ପୁରୀ ଏସ୍‌ପି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଡେଲାଙ୍ଗ ଥାନାର କାର୍ଯ୍ୟରତ ମହିଳା ଏଏସ୍‌ଆଇ ପଦ୍ମିନୀ ସାହୁ ଓ ମହିଳା କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ ନିଲମ୍ବନ କରିଛନ୍ତି ଏସ୍‌ପି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

nis-ad
Leave A Reply

Your email address will not be published.