କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ସଚେତନ ବରିଷ୍ଠ ନାଗରିକଙ୍କ ଵୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ପ୍ରାୟ ୫୦ ଜଣ ସଚେତନ ବରିଷ୍ଠ ନାଗରିକ ମାନେ ସୋମବାର ସନ୍ଧ୍ୟା ରେ ଏକତ୍ରିତ ହୋଇ ସେମାନଙ୍କର ସଙ୍ଘର ଅନୀମି଼ୟତା ବିଷୟରେ କାର୍ଯାନୁଷ୍ଠାନ ପାଇଁ ମତ ବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ ତଥା ଆଜୀବନ ସଭ୍ୟ ସଙ୍ଘର ଅନୀମି଼ୟତା ଵିଷୟ ରେ ଆଲୋଚନା କରିଥିଲେ। ସଙ୍ଘର ପୂର୍ବତନ ସଭାପତି ତଥା ବର୍ତ୍ତମାନ ସଙ୍ଘର ଉପଦେଷ୍ଟା ନବୀନ କିଶୋର ପଣ୍ଡା ରସିଦ୍ ଵହି ତାଙ୍କୁନ ଦେଵା ବିଷୟରେ ଆଲୋଚନା କରିଥିଲେ। ଯଦିଓ ସଙ୍ଘର କାମଚଳା ସଭାପତି ତାଙ୍କୁ ରସିଦ୍ ଵହି ଦିଆଯିଵା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ସଙ୍ଘର ଉତ୍ତରୋତ୍ତର ଉନ୍ନତି ପାଇଁ ଅରୁପ ଜେନାଙ୍କ ସୁଚିନ୍ତିତ ମତାମତ ଦେଇଥିଲେ। ତାଙ୍କର ଏହି ବକ୍ତବ୍ୟକୁ ଉପସ୍ଥିତ ସଭ୍ୟମାନେ ଉଚ୍ଚ ପ୍ରଶଂସା କରିଥିଲେ। ଆଲୋଚନାରେ ରାଜକିଶୋର ପାଢୀ , ବିକାଶ ମହାନ୍ତି, ବିଜୟ କୁମାର ମହାନ୍ତି, ପି. ରଘୁନନ୍ଦନ ପାତ୍ର, ନୀଳାମ୍ବର ଭଟ୍ଟ , ଵ୍ରଜକିଶୋର ପଟ୍ଟନାୟକ ସଙ୍ଘର ନକାରାତ୍ମକ ଵିଷୟରେ ଦୃଷ୍ଟିପାତ କରିଥିଲେ। ଶେଷରେ ଆଜି ସଭାର ଆବାହକ କମଳାକାନ୍ତ ପାଣ୍ଡେ ସଙ୍ଘର ସମ୍ବିଧାନ ଅନୁଯାୟୀ ବର୍ତ୍ତମାନର କାମଚଳା ସଭାପତି ଓ କାମଚଳା କାର୍ଯ୍ୟକାରିଣୀ ସଭ୍ୟମାନେ କାର୍ଯ୍ୟ କରୁ ନ ଥିବାରୁ ଦୃଢ ନିନ୍ଦା ପ୍ରକଟ କରିଥିଲେ। ସଭାର ନିଷ୍ପତ୍ତି କ୍ରମେ ସଙ୍ଘର କାର୍ଯ୍ୟକାଳ ଅକ୍ଟୋବର ୧୯ , ୨୦୨୧ ରେ ଶେଷ ହୋଇ ଯାଇଛି। ସେମାନେ ଡିସେମ୍ବର ୩୧, ୨୦୨୧ ମଧ୍ୟରେ ସାଧାରଣ ସଭା କିମ୍ବା ନିର୍ବାଚନ କରି ନ ଥିବାରୁ ସେମାନେ ଆଉ କୌଣସି ସଙ୍ଘର କାର୍ଯ୍ୟକ୍ରମ କରିପାରିବେ ନାହିଁ, ସଙ୍ଘର ସଭ୍ୟ ସଂଗ୍ରହ ଅଗଣାତାନ୍ତ୍ରିକ ଭାବେ କରିପାରିବେ ନାହିଁ। ଯେଉଁ ସଭ୍ୟମାନେ ପୂର୍ବରୁ ସଭ୍ୟ ସଂଗ୍ରହ କରୁଥିଲେ ସେମାନଙ୍କୁ ତୁରନ୍ତ ରସିଦ୍ ବହି ଦିଆଯାଉ, ଯେଉଁ ସଭ୍ୟମାନେ ୨୦୨୧ ମସିହାରେ ସଭ୍ୟ ହୋଇଥିଲେ ସେମାନଙ୍କୁ ନିର୍ବାଚନରେ ମତ ସାବ୍ଯସ୍ତ ପାଇଁ ଅଧିକାର ଦିଆଯାଉ,
ଯେଉଁମାନେ ଆଗାମୀ ନିର୍ବାଚନ ପରିଚାଳନା କରିବେ ସେମାନଙ୍କ ନାମ ବହୁପୂର୍ବରୁ ଘୋଷଣା କରିବେ। ସେମାନେ ଯେପରି ସ୍ୱଚ୍ଛ ଓ ନିର୍ମଳ ଭାବେ ନିର୍ବାଚନ ପରିଚାଳନା କରିଵେ। ୨୦୧୯ ନିର୍ବାଚନ ଯେଉଁ ଅସାଧୁ ଉପାୟରେ କରାଯାଇଥିଲା, ତାହାର ପୁନାରୁବୃତ୍ତି ଯେପରି ନ ହୁଏ ସେଥିପାଇଁ ଧ୍ୟାନ ଦେବେ, କୌଣସି ପଦାଧିକାରୀ ଙ୍କୁ କାମଚଳା ସଭାପତି ସଙ୍ଘରୁ ବହିଷ୍କାର କରିପାରିବେ ନାହିଁ। କାରଣ ସାଧାରଣ ସଭାରେ ସେହି ବ୍ୟକ୍ତି ନିର୍ବାଚିତ ହୋଇଥିଲେ। ତାଙ୍କୁ ବହିଷ୍କାର କରିବା ଅଧିକାର କାର୍ଯ୍ୟନିର୍ବାହୀ ସଭାର ନୁହେଁ ପରନ୍ତୁ ସାଧାରଣ ସଭାର,ଆଗାମୀ ନିର୍ବାଚନ ସ୍ୱଚ୍ଛ ଓ ନିର୍ମଳ ନ ହୁଏ, ତେବେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପୂର୍ବକ ଜଣେ ନିର୍ବାଚନ ଅଧିକାରୀଙ୍କୁ ପଠାଇବାକୁ ଅନୁରୋଧ କରିବକୁ ନିଷ୍ପତି ହୋଇଥିଲା।

nis-ad
Leave A Reply

Your email address will not be published.