ଗ୍ରାମ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଭୁବନେଶ୍ୱରରେ ରହିଛି ୫୮ ପ୍ଲଟ୍‌

ଭୁବନେଶ୍ବର : ଗ୍ରାମ ରୋଜଗାର ସେବକ ଘରେ ଭିଜିଲାନ୍ସ ଚଢ଼ାଉ କରି କୋଟି କୋଟି ଟଙ୍କାର ସମ୍ପତି ଠାବ କରିଛି । କୋଟିପତି ଜି ଆର ଏସ ହେଉଛନ୍ତି ବାବୁଲି ଚରଣ ପଢ଼ିଆରୀ । ସେ ଖୋର୍ଦ୍ଧା କଳାରାହାଙ୍ଗ ଗ୍ରାମ ପଂଚାୟତରେ ଜିଆରଏସ ଭାବେ କାମ କରି ମାସକୁ ୭ ହଜାର ୩୦୦ ଟଙ୍କା ଦରମା ପାଇଥାନ୍ତି । ହେଲେ ବାବୁଲିଙ୍କ ନାମରେ ୫୯ ଟି ପ୍ଲଟ, ସୁନା ରୂପା ଗହଣା, ବ୍ୟାଙ୍କ ବାଲାନ୍ସ, ଇନ୍‌ସ୍ୟୁରାନ୍ସ ପଲିସି କରି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ସମସ୍ତ ୫୯ଟି ପ୍ଲଟ ଭୁବନେଶ୍ୱରର ପ୍ରାଇମ୍ ଲୋକେଶନରେ ରହିଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ।

ଆଜି ଭିଜିଲାନ୍ସ ରଘୁନାଥପୁର ତିନି ମହଲା ଘରରେ ଚଢାଉ ବେଳେ ସେ ଘରର ମୂଲ୍ୟ କୋଟିଏ ୨୪ ଲକ୍ଷ ବୋଲି ଜଣାପଡିଛି । ଏହାଛଡା ୫୯ ପ୍ଲଟ ଭିତରେ ଭୁବନେଶ୍ୱର ଦାଢାରେ ଗୋଟିଏ ଆପାର୍ଟମେଣଟ, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ଦୁଇ ମହଲା ଘର ଓ କଟକ ବେଲଗାଚିଆରେ ଗୋଟିଏ ପ୍ଲଟ ରହିଛି ।

ବାବୁଲିଙ୍କ ତିନି ମହଲା ଘରର ଇଣ୍ଟେରିୟର ଡିଜାଇନ୍ ପାଇଁ ବହୁ ଖର୍ଚ୍ଚ କରିଥିବା ଜଣାପଡିଛି । ବାବୁଲିଙ୍କ ମତରେ ଏ ସବୁ ହେଉଛି ତାଙ୍କ ପୈତୃକ ସଂପତ୍ତି । ତାଙ୍କ ବାପାଙ୍କ ଦେହାନ୍ତ ହୋଇସାରିଥିବା ବେଳେ ଏବେ ସେ ଏସବୁ ସମ୍ପତିର ମାଲିକ ବୋଲି ସେ ଦାବି କରିଛନ୍ତି । ଜଣେ ଜିଆରଏସ ଭାବେ ଲେବର୍ କାର୍ଡ ଏଣ୍ଟ୍ରି କରିବା ହେଉଛି ମୂଖ୍ୟ କାମ । କେଉଁ ଲେବର କେତେଦିନ କାମ କଲେ ଓ କେତେ ଟଙ୍କା ପାରିଶ୍ରମିକ ପାଇବେ ତାର ଏକ ମଷ୍ଟର ରୋଲ ତିଆରି କରି କାମ କରୁଥିବା ଠିକାଦାରକୁ ଟଙ୍କା ପ୍ରଦାନ କରିବା ଓ ବିଡ଼ିଓଙ୍କୁ ହିସାବ ଦେବା ହେଉଛି ପ୍ରମୁଖ କାମ । ତେବେ ଏହି କାମରୁ ଏତେ ଟଙ୍କା ଆୟ କେମିତି କଲେ ସେ ନେଇ ପ୍ରଶ୍ନ ଉଠିଛି ।

nis-ad
Leave A Reply

Your email address will not be published.