ହିଞ୍ଜିଳିକାଟୁ (୨୫/୪) : ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ହିଞ୍ଜିଳିକାଟୁ ବ୍ଳକ ପରିସରରେ ୫ ଗୋଟି ଵ୍ୟାଟେରି ଚାଳିତ ଯାନ କୁ ପତକା ଦେଖାଇ ଓ ଲୋକାର୍ପିତ କରିଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଘରକୁ ଘର ବୁଲି କଠିନ ବର୍ଯ୍ୟବସ୍ତୁ ଓଅଳିଆ ଆବର୍ଜନା ଉଠାଇବା ପାଇଁ ୫ଟ୍ଟି ପାଞ୍ଚାୟତ ବଡଖଣ୍ଡି, କଞ୍ଚୁରୁ,ଦୁର୍ଵନ୍ଧ,ଦାରୁଭଦ୍ରା ଓ ସାହାପୁର ଗ୍ରାମ ପଞ୍ଚାୟତ ନିମନ୍ତେ ଲୋକାର୍ପିତ ହୋଇଛି।
ହିଞ୍ଜିଳିକାଟୁ ବ୍ଳକର ୧୧ପଞ୍ଚାୟତରେ ପରିମଳ ପରିଚ୍ଛନ୍ନତାକୁ ପ୍ରାଥମିକତା ପ୍ରଦାନ କରାଯାଇ ବର୍ଜ୍ୟବସ୍ତୁ ପୃଥକୀକରଣ ସଂଗ୍ରହ ଓ ଏହାର ପରିଚାଳନା ନେଇ କାର୍ଯ୍ୟକାରୀ ହେବ । ଏହି ସମୟରେ। ପିଡି ଡିଆରଡିଏ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ ,ଅତିରିକ୍ତ ପିଡି ବୈଷୟିକ, ହିଞ୍ଜିଳିକାଟୁ ବିଡିଓ ସୁଵ୍ରତ କୁମାର ଜେନା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ଵ୍ଳକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ଙ୍କ ସମେତ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ ଓ ଵ୍ଳକ ର ସମସ୍ତ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।