କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ: ନିୟମିତ ସମୀକ୍ଷା ଚାଲିଛି ଭୟଭୀତ ହେବାର ନାହିଁ-ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଲାଣି । ତେବେ ଏହି ସଂକ୍ରମଣ ବୃଦ୍ଦଇ ହେବାରୁ ୪ର୍ଥ ଲହର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । ୪ର୍ଥ ଲହର ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତି । କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ । ସବୁ ପଦକ୍ଷେପ ମଧ୍ୟ ନିଆଯାଇଛି । ଏହାସହିତ କରୋନା ନିୟନ୍ତ୍ରଣରେ ରହିଛି ଏବଂ ଟିକାକରଣ ଠିକ ଭାବରେ ଚାଲିଛି ।

ସେହିପରି କରୋନାର ନିୟମିତ ସମୀକ୍ଷା ଚାଲିଛି । ଭୟଭୀତ ହେବାର ନାହିଁ ଏବଂ ସତର୍କ ରହିବା ଉଚିତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏହାସହିତ ରାଜ୍ୟରେ ଗତ ୨୪ ଘଣ୍ଟାରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିସାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.