ମୋଦୀଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ଓ ନମାଜ ପଢ଼ିବାକୁ କହିଲେ ‘ଏନ୍‌ସିପି’ ନେତ୍ରୀ ଫମିଦା ହସନ୍‌ ଖାଁ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ଓ ନମାଜ ପଢ଼ିବା ଲାଗି ‘ଏନ୍‌ସିପି’ର ଜଣେ ନେତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଅନୁମତି ପାଇବା ପାଇଁ ପତ୍ର ଲେଖିଛନ୍ତି।
ଶରଦ ପାୱାର୍‌ଙ୍କ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ନେତ୍ରୀ ଫମିଦା ହସନ୍‌ ଖାଁ କହିଛନ୍ତି ଯେ, ଦିଲ୍ଲୀର ଲୋକକଲ୍ୟାଣ ମାର୍ଗରେ ଅବସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନ ସମ୍ମୁଖରେ ସେ ନମାଜ, ହନୁମାନ ଚାଳିଶା, ଦୁର୍ଗା ଚାଳିଶା, ନମୋକର ମନ୍ତ୍ର ଆଦି ପଢ଼ିବାକୁ ଚାହୁଁଛନ୍ତି। ଘରେ ‌ମଧ୍ୟ ସେ ହନୁମାନ ଚାଳିଶା ପାଠ କରନ୍ତି ଓ ଦୁର୍ଗାପୂଜା କରନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଯେଭଳି ଭାବେ ମୁଦ୍ରସ୍ଫିତି ଓ ବେକାରୀ ବୃଦ୍ଧି ପାଉଛଇ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦ୍ରା ଭଙ୍ଗ କରିବା ଆବଶ୍ୟକ ହେଉଛି। ‘ମାତୋଶ୍ରୀ’ ସମ୍ମୁଖରେ ରବି ରାଣା ଏବଂ ନବନୀତ ରାଣା ହନୁମାନ ଚାଳିଶା ପାଠ କରି ଉପକୃତ ହେଉଥିବା ବେଳେ ଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନକୁ ଯାଇ ନମାଜ, ହନୁମାନ ଚାଳିଶା ଓ ଦୁର୍ଗା ଚାଳିଶା ପଢ଼ିବା ପାଇଁ ଆମକୁ ଅନୁମତି ମିଳିବା ଉଚିତ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିଜସ୍ବ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିବାରୁ ଗିରଫ ହୋଇଥିବା ସ୍ବାଧୀନ ସାଂସଦ ନବନୀତା ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ରବିବାର ଦିନ ମୁମ୍ବାଇର ଏକ ଅଦାଲତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

nis-ad
Leave A Reply

Your email address will not be published.