ହନୁମାନ ଚାଳିଶା ପାଠ କରିବା କ’ଣ ଦେଶଦ୍ରୋହ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଫଡ଼ନାଭିସ୍‌

ମୁମ୍ବାଇ: ହନୁମାନ ଚାଳିଶା ପାଠ ବିବାଦରେ ରାଜନେତା ଦମ୍ପତି ନବନୀତ ଏବଂ ତାଙ୍କ ସ୍ୱାମୀ ରବିଙ୍କ ଗିରଫଦାରୀକୁ ପ୍ରବଳ ବିରୋଧ କରାଯାଇଛି। ଉଭୟଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶ ଦ୍ରୋହୀ ମାମଲାକୁ ନେଇ ମଧ୍ୟ ମହାରାଷ୍ଟ୍ରରେ ରାଜନୀତିକ ଝଡ଼ ସୃଷ୍ଟି ହୋଇଛି। ଶାସକ ଶିବସେନାକୁ ନିଶାନା କରିଛନ୍ତି ବିରୋଧୀ। ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ପୁଲିସ କ୍ଷମତା ଅପବ୍ୟବହାର କରି ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରୁଛନ୍ତି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେ ସେ ଅସହିଷ୍ଣୁ କହିବା ସହ ଜଣେ ହନୁମାନ ଚାଳିଶା ପାଠ କଲେ କେମିତି ଦେଶଦ୍ରୋହୀ ହୋଇ ଯିବ ବୋଲି ପ୍ରଶ୍ନ କରିଛନ୍ତି। ଯଦି ହନୁମାନ ଚାଳିଶା ପାଠକଲେ ଦେଶ ଦ୍ରୋହୀ ମାମଲା ରୁଜୁ ହେବ ତେବେ ଆମେ ସମସ୍ତେ ହନୁମାନ ଚାଳିଶା ଜପ କରିବୁ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହଇନ୍ତି ଦେବେନ୍ଦ୍ର ଫଡ଼ନାଭିସ୍‌
ମହାରାଷ୍ଟ୍ର ବିଧାନ ସଭାର ବିରୋଧି ଦଳ ନେତା ଫଡ଼ନାଭିସ୍‌ କହିଛନ୍ତି ଯେ, ଏମପି ନବନୀତ ରାଣାଙ୍କୁ ଜେଲରେ ଅନୁଚିତ ବ୍ୟବହାର କରାଯାଇଛି। ଜଣେ ମହିଳା ଏପପିଙ୍କୁ ଜେଲରେ ଉଚିତ୍‌ ବ୍ୟବହାର କରାଯାଇ ନାହିଁ। ସୂଚନା ଅନୁଯାୟୀ ହନୁମାନ ପାଠ ଚାଳିଶା ବିବାଦରେ ଅମରାବତୀ ଏମପି ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଗିରଫ ହୋଇ ଜେଲରେ ଅଛନ୍ତି। ଉଭୟ ଦମ୍ପତିଙ୍କ ବିରୋଧରେ ୧୫୩ ଏ(ଧାର୍ମିକ ଦୃଷ୍ଟିକୋଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି) ଏବଂ ସେକ୍ସନ୍‌ ୧୩୫ରେ ମାମଲା ରୁଜୁ ହୋଇଛି।
ସେହିପରି ଆପିପିସିର ୧୨୪-ଏ ତଥା ଦେଶ ବିରୋଧୀ ମାମଲା ମଧ୍ୟ ରୁଜୁ କରାଯାଇଛି । ହନୁମାନ ଚାଳିଶା ପାଠକୁ ନେଇ ମୁମ୍ବାଇରେ ବିବାଦ ଜାରି ରହିଛି। ଏହି ବିବାଦ ପାଇଁ ସାଂସଦ ନବନୀତ ରାଣା ଓ ରବି ରାଣା ଗିରଫ ହୋଇଛନ୍ତି। ଶନିବାର ଦୁହିଁଙ୍କୁ ଗିରଫ କରାଯାଇ ଗତକାଲି ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ଦୁହିଁଙ୍କୁ ମେ’ ୬ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ଜପ କରିବାକୁ ଧମକ ଦେଇଥିଲେ ବିଧାୟକ-ସାଂସଦ ରାଣା ଦମ୍ପତି। ହେଲେ ପରେ ଦୁହେଁ ସେମିତି କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ହନୁମାନ ଚାଳିଶା ଜପ କରିନଥିଲେ ବି ଶନିବାର ସନ୍ଧ୍ୟାରେ ମୁମ୍ବାଇ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା।

nis-ad
Leave A Reply

Your email address will not be published.