ସୀମାନ୍ତରେ ମାଓ ତାଣ୍ଡବ ଯାତ୍ରୀବାହୀ ବସ ଜାଳିଲେ ମାଓବାଦୀ…

ମାଲକାନଗିରି : ମାଲକାନଗିରି ସୀମାରେ ପୁଣି ମାଓ ତାଣ୍ଡବ । ଯାତ୍ରୀ ବାହି ବସ ରେ ଯାତ୍ରୀଙ୍କୁ ବାହାର କରି ଲଗେଇଲେ ନିଆ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କୋଣ୍ଟା ଠାରୁ ୧୫ କିଲୋମିଟର ଦୁରରେ ଏକ ଯାତ୍ରୀବାହୀ ବସ ରେ ମାଓବାଦୀ ମାନେ ନିଆଁ ଲଗେଇ ଦେଇଛନ୍ତି । ସୂଚନା ଅନୁଯାୟୀ ପ୍ରାୟ ୨୦ ରୁ ୩୦ ମାଓବାଦୀ ସେଠାରେ ପହଞ୍ଚି ଗାଡି ଅଟକାଇ ବା ପରେ ଯାତ୍ରୀ ମାନଙ୍କୁ ବାହାରକୁ ବାହାରିବା ପାଇଁ କହିଥିଲେ ଏବଂ ଏହାପରେ ବସ ରେ ନିଆଁ ଲଗାଇ ଦେଇଥିଲେ । ବସ ଟି ଓଡ଼ିଶାର ଜୟପୁର ଠାରୁ ହାଇଦ୍ରାବାଦ ଯାଉଥିଲା । ଗତ କିଛିଦିନ ହେଲା ସୀମାନ୍ତ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିବା କୁମ୍ବି ରେ ବିଚଳିତ ହୋଇ ବସ ଟିକୁ ଜାଲିଦେଇଥିବା ସନ୍ଦେହ କରାଯାଉଛି ।ତେବେ ଘଟଣା ସ୍ଥଳରେ ଜବାନ ମାନେ ପହଁଚି ଆଖପାଖ ଅଞ୍ଚଳରେ ସର୍ଚ୍ଚ କରୁଛନ୍ତି ।

nis-ad
Leave A Reply

Your email address will not be published.